ଟ୍ରାଫିକ୍ ସମ୍ଭାଳୁଛନ୍ତି ଯମରାଜ ! ଗାଡି ଚାଳକଙ୍କୁ ଦେଉଛନ୍ତି ଚେତାବନୀ

37

ପୁନେ : ପୁନେରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ଏଠାରେ ସଡକ ଉପରେ ଠିଆ ହୋଇଛନ୍ତି ଯମରାଜ । ଏ କଳି ଯୁଗରେ ପୁଣି ମର୍ତ୍ତରେ ଯମରାଜ ? ଏହା ନିଶ୍ଚୟ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟକର କଥା । ହେଲେ କଥା କିଛି ଅଲଗା ।

ଲୋକେ ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବାହର କରୁଛନ୍ତି । ଯାହା କି ଅନେକ ଦୁର୍ଘଟଣାର ସୂତ୍ରପାତ୍ର କରୁଛି । ଆଉ ଏହାକୁ ରୋକିବା ପାଇଁ ଅନେକ ପ୍ରୟାସ କଲା ପରେ ଏବେ ପୁନେର ଟ୍ରାଫିକ ପୋଲିସ୍ ଏପରି ଏକ ଅଭିନବ ପରିକଳ୍ପନା କରିଛନ୍ତି । ମହାରାଷ୍ଟ୍ର ଟ୍ରାଫିକ ପୋଲିସର ନୂଆ ଯୋଜନା ଅନୁସାରେ ଯଦି କେଉଁ ଗାଡି ଚାଳକ ଫୋନ ବ୍ୟବହାର କରିବାର ଦେଖାଯାଏ , ତାଙ୍କୁ ରୋକିବାକୁ ହିନ୍ଦୁଙ୍କ ମୃତ୍ୟୁ ଦେବତା ଯମରାଜରେ ପୋଷାକରେ ଜଣେ ସଦସ୍ୟ ସେହି ଗାଡି ଚାଳକ ପାଖରେ ପହଁଚିବେ । ଆଉ ଚାଳକଙ୍କୁ ମଧ୍ୟ ପଚାରିବେ ତୁମେ ମୋ ସହ ଯିବାକୁ ଚାହୁଁଚ କି ? ଏଥିରୁ ଚାଳକ ବୁଝିବେ ଯେ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ମୃତ୍ୟୁକୁ ଡାକିବା ସହ ସମାନ ।

ସୂଚନା ଅନୁସାରେ ପୁନେର ସଡକରେ ‘ଯମରାଜ’ ୧୩ ମେ’ରୁ ଆରମ୍ଭ ହେବ । ଆଉ ଏପରି ପ୍ରୟାସକୁ ମଧ୍ୟ ସମସ୍ତେ ତାରିଫ କରିଛନ୍ତି ।