୧୫ ଦିନ ଶିଶୁର ହାର୍ଟ ସର୍ଜରୀ ! ବିଶ୍ୱର ଏକ ବିସ୍ମୟ ଘଟଣା

30

ଉଦୟପୁର : ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ଖବରକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ୧୫ ଦିନ ତଳେ ଜନ୍ମିତ ବିଶ୍ୱର ଏକ ବିସ୍ମୟ ଶିଶୁର ହୋଇଛି ହାର୍ଟସର୍ଜରୀ । ସୂଚନା ଅନୁସାରେ ଶିଶୁଟିର ହାର୍ଟରେ ୨ଟି ବ୍ଲଡ୍ ଭେସଲରେ ସମସ୍ୟା ଥିଲା ।

ଜନ୍ମ ବେଳେ ଶିଶୁଟିର ଓଜନ ଥିଲା ୪୭୦ଗ୍ରାମ୍ ଏବଂ ହାତ ପାପୁଲି ଆକାରର ଶିଶୁଟି । ୧୫ ଦିନର ଶିଶୁଟି ଡାକ୍ତଖାନାରେ ଅସ୍ତ୍ରୋପଚାର ଗୃହରେ । ଯାହାକି ଡାକ୍ତରୀବିଦ୍ୟାର ଇତିହାସରେ ଏକ ବିସ୍ମୟକର ଘଟଣା । ହାର୍ଟରେ ରକ୍ତନଳିକାର ସମସ୍ୟାକୁ ନେଇ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଏତେ ଛୋଟ କୋମଳ ଶିଶୁଟିର କେମିତି ଚିକିତ୍ସା କରିବେ ଡାକ୍ତର ଚିନ୍ତାରେ ପଡିଥିଲେ । ହେଲେ ଶେଷରେ ସଫଳ ହୋଇଥିଲେ ।