ମା’ ପରି କିଏ ହେବ ! ବିଶ୍ୱ ମାତୃ ଦିବସର ଅନୁଚିନ୍ତା

564

9169e8d2803ab74938941f2dc6ecaa72କୁହାଯାଏ ମା’ ର ମମତା ଠାରୁ ବଳି ଆଉ କିଛି ନାହିଁ । ମା’ ଡାକରେ ପୁରି ଯାଏ ପେଟ । ଏହାକୁ ବୁଝାଇ ହୁଏନି । ବାଖ୍ୟା କରିହୁଏନି । ଖାଲି ଅନୁଭବ କରିହୁଏ । ମା’ ଶବ୍ଦଟି ଆକାଶ ପରି ବ୍ୟାପକ ଆଉ ମାଟି ଠୁ ଅଧିକ ନିବିଡ । ମା’ ର ପଣତ ତଳେ ଥାଏ ସ୍ୱର୍ଗ ସୁଖ ।

ଆଜି ବିଶ୍ୱ ମାତୃ ଦିବସ । ବିଶ୍ୱ ପାଳୁଛି ମା’ ର ଦିବସ । ମା’ ପାଇଁ ଦିନଟିଏ । ପୃଥିବୀର ପ୍ରଥମ ସୂର୍ଯ୍ୟୋଦୟ ଦେଖିବାର ସୁଯୋଗ ଦେଇଥାଏ ମା’ । ତା କୋଳରେ ବଢି ବଡ ହୁଏ ଶିଶୁ । ମା’ ର ମମତାକୁ କେହି ତଉଲି ପାରିବେ ନାହିଁ ।

ଅବୋଧ ଶିଶୁକୁ ତୁନି କରିବାକୁ ସେ ଗାଇଛି ନାନାବାୟା ଗୀତ । ନିଜ ପିଲାର ଦେହ ଅସୁସ୍ଥ ହେଲେ ରାତିରାତି ଠାକୁରଙ୍କୁ ଡାକିଛି ତ ପୁଣି ମାନସିକ ବ୍ରତ କରିଛି । ନିଜ ସନ୍ତାନ ପାଇଁ ଜୀବନର ପ୍ରତିଟି ସୁଖକୁ ଜଳାଂଜଳି ଦେଇଛି ମା’ । ତେଣୁ ମା’ ପରି କିଏ ହେବ ?

ସମାଜରେ ମା’ ଓ ମାତୃତ୍ୱର ଗୁରୁତ୍ୱକୁ ଦର୍ଶାଇବା ପାଇଁ । ମା’ କୁ ସମ୍ମାନ ଦେବା ପାଇଁ ବିଶ୍ୱ ପାଳୁଛି ବିଶ୍ୱ ମାତୃ ଦିବସ । ବିଶ୍ୱର ପ୍ରାୟ ୪୬ଟି ଦେଶ ବିଭିନ୍ନ ସମୟରେ ମାତୃଦିବସ ପାଳନ କରୁଛନ୍ତି ।

ଦେଖନ୍ତୁ ଏହି ଭିଡିଓ –