ପରିହାସ କରୁଛି ପଟାପୋଲ : ମିଳିଲା ପ୍ରତିଶ୍ରୁତି ହେଲେ ନିର୍ମାଣ ହୋଇପାରିଲାନି ବ୍ରିଜ

37

6କନକ ବ୍ୟୁରୋ : ବର୍ଷା ଆସିଲେ ବାଉଁଶରାଣୀ ସିଜିନ୍-୧ । ଏମିତି ଏକ ସମ୍ବେଦନଶୀଳ କାହାଣୀ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା ଗତବର୍ଷ ସେପ୍ଟେମ୍ବର ମାସରେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଗବାଟବାଡି ଗାଁରୁ ଆସିଥିଲା ଏହି ଖବର । ଟିକାପାଟା ନଦୀ ଉପରେ ଲୋକେ ବିପଦପୂର୍ଣ୍ଣ ଯାତାୟତର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

5ଖବର ପ୍ରସାରଣ ପରେ ରାଜନେତାଙ୍କ ପାଇଁ ଏହି ଦୁର୍ଗମ ଅଂଚଳ ପାଲଟି ଯାଇଥିଲା ଟୁରିଜମ୍ ସ୍ପଟ୍ । ବିରୋଧି ଦାବି କଲେ । ସରକାର ପ୍ରତିଶ୍ରୁତି ଦେଲେ । ହୋ ହାଲ୍ଲା ଦେଖି ଆମେ ବି ଭାବିଥିଲୁ ଆଦିବାସୀଙ୍କ ଦୁଃଖ ସରିଯିବ । ହେଲେ ଏ ହେଉଛି ବର୍ଷେ ପରର ସତ । ସରକାରୀ ସହାୟତାକୁ ଅପେକ୍ଷା ନକରି ଗାଁ ଲୋକେ ତିଆରି କରିଛନ୍ତି ପଟାପୋଲ । ଏଥିପାଇଁ ବର୍ଷା ଆସିବା ପୂର୍ବରୁ ଗାଁରେ ବସିଥିଲା ପଟାପୋଲ ସଭା । ଘରୁ ଘରୁ ଆଦାୟ ହୋଇଥିଲା ଚାନ୍ଦା । ଆଉ ତା ପରେ ନିର୍ମାଣ ହୋଇଥିଲା ଏହି ପୋଲ ।

୧୫ ବର୍ଷ ତଳେ ଏଇଠି କାମ ଆରମ୍ଭ କରିଥିଲେ ସରକାର । କୈାଣସି କାରଣରୁ ଅଧାରେ ଅଟକିଛି ନିର୍ମାଣ କାମ । ଫଳରେ ନଈ ସେପାରୀ ଗାଁ ଲୋକ ଦାରିଙ୍ଗବାଡି କି ସିମନବାଡି ଆସିବାକୁ ଜୀବନ ଲଗାଉଥିଲେ । ଏ ପୋଲ ଆଦିବାସୀଙ୍କ ଆତ୍ମବିଶ୍ୱାସର ନା ବିଜୁ ସେତୁକୁ ପରିହାସ । ଯଦି ଏ ପ୍ରଶ୍ନର ଉତର ଖୋଜୁଥାନ୍ତି , ତେବେ ଥରେ ବୁଲି ଆସନ୍ତୁ କେମିତି କନ୍ଧମାଳରେ ବର୍ଷାହେଲେ ଚାଲେ ବାଉଁଶରାଣୀର ଖେଳ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଏହା ସହ ଦେଖନ୍ତୁ – ବର୍ଷା ହେଲେ ବାଉଁଶରାଣୀ ! କାଳୀପଣାର କାଳସ୍ରୋତରେ ବାଜି ଲାଗୁଛି ଆଦିବାସୀର ଜୀବନ