ଯୁବତୀଙ୍କ ଅଜବ ସଉକ୍ : ଅଜଗର ସାପକୁ କରିଛନ୍ତି ଇୟର ରିଙ୍ଗ୍

38

1ଲୋକଙ୍କର ଅଜବ ଗଜବ ଅଭ୍ୟାସ ଓ ନିଶା ସବୁ ଦେଖିବାକୁ ମିଳେ । ଏହି ନିଶାକୁ ପୂରା କରିବା ପାଇଁ ଲୋକମାନେ କିଛି ବି କରିପାରନ୍ତି । ଏମିତି ଏକ ଖବର ଏବେ ଖୁବ୍ ଭାଇରାଲ ସୋସିଆଲ ମିଡିଆରେ । ଆମେରିକାର ପୋର୍ଟଲ୍ୟାଣ୍ଡରେ ରହୁଥିବା ଜଣେ ଏଶେଲ୍ ନାମ୍ନୀ ଯୁବତୀଙ୍କ ସଉକ୍ କିଛି ଅଜବ ଧରଣର । ଘରେ ସାପ ପାଳିବା ତାଙ୍କର ଏକ ନିଶା । ଆଉ ଏହି ନିଶାକୁ ନେଇ ସେ ନିଜର ପୋଷା ଅଜଗର ସାପକୁ କାନର ବଳା କରି ପିନ୍ଧିଥାନ୍ତି । ଡେଲିମେଲରେ ପ୍ରକାଶିତ ଏହି ଖବର ଏବେ ଖୁବ୍ ଚର୍ଚ୍ଚାରେ ।

ଏଶେଲଙ୍କ ନିତିଦିନିଆ ଅଭ୍ୟାସ ନିଜର ଏହି ପାଳିତ ଅଜଗର ସହ ଖେଳିବା । ଆଉ କାନରେ ଇୟର ରିଙ୍ଗ କରି ଲଗେଇବା । ହେଲେ ଦିନେ ଏହି ଖୁସି ଓ ସଉକ ଯେ ତାଙ୍କର ଦିନେ ଅସୁବିଧାରେ ପକାଇବ ଜାଣିନଥିଲେ ଏଶେଲ । ଦିନେ ସେ ଏହି ଅଜଗର ସହ ଖେଳୁଥିବା ବେଳେ ଏହା ତାଙ୍କ କାନରେ ଲଗେଇଥିବା ଲମ୍ବା ରିଙ୍ଗ (ବଳା) ଭିତରେ ପଶିଯାଇଥିଲା । ସେଥିରୁ ବାହାରିବା ପାଇଁ ସାପଟି ଖୁବ୍ ଭିଡି ଓଟାରି ହେଲା । ଏଥିରେ ଖୁବ୍ ଅସୁବିଧାରେ ପଡିଗଲେ ଏଶେଲ । ଆଉ ଏଥିରୁ ମୁକୁଳିବା ପାଇଁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ ପଡିଲା । ସାପର ଯେମିତି କିଛି ଅସୁବିଧା ନହୁଏ ,ସେଥିପ୍ରତି ନଜର ଦେବାକୁ ଡାକ୍ତରଙ୍କୁ କହିଥିଲେ । ଅଜଗରକୁ ବଂଚାଇବା ପାଇଁ ନିଜ କାନକୁ କାଟିବାକୁ ପଡଥିଲା । ଏହି ଘଟଣା ପରେ ଏଶେଲଙ୍କୁ ଏହି ସଉକ୍ ଛାଡିବାକୁ ପଡିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –