ପ୍ରେମିକା ନେଲେ ପ୍ରତିଶୋଧ ! ନବବିବାହିତ ପ୍ରେମିକଙ୍କୁ ଏସିଡ ପକାଇ କଲେ ହତ୍ୟା

42

ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହା ସମସ୍ତଙ୍କ ହୃଦୟ ଥରାଇ ଦେଇଛି । ପ୍ରେମିକର ପ୍ରତାରଣର ପ୍ରତିଶୋଧ ନେଇଛନ୍ତି ପ୍ରେମିକା । ଆଉ ଏସିଡ୍ ପକାଇ କରିଛନ୍ତି ପ୍ରେମିକର ହତ୍ୟା ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ତଥ୍ୟ ଅନୁସାରେ , ୨୩ ବର୍ଷୀୟ ଶେଖ ମହମ୍ମଦ ଇଲିୟାସ୍ ଓ ହେମା ବିନ୍ଦୁ ନାମ୍ନୀ ଜଣେ ଯୁବତୀ ପରସ୍ପରକୁ ୪ ବର୍ଷ ଧରି ପ୍ରେମ କରୁଥିଲେ । କିନ୍ତୁ ୨ ଦିନ ତଳେ ଇଲିୟାସ ନିଜ ଗାଁ ପାମୁଲାପଦୁକୁ ଗାଁରେ ଅନ୍ୟ ଏକ ଝିଅକୁ ବିବାହ କରିଥିଲେ । ବିନ୍ଦୁ ନିଜର ସବୁ ଫଟୋ ଓ ଭିଡିଓ ଫେରାଇଦେବାକୁ ଭେଟ ହେବାକୁ ପ୍ରେମିକ ଇଲିୟାସଙ୍କୁ ଡାକିଥିଲେ । ଏବଂ ଇଲିୟାସ ଯେତେବେଳେ ବିନ୍ଦୁଙ୍କୁ ଦେଖା କରିଥିଲେ , ବିନ୍ଦୁ ତାଙ୍କର ପୂର୍ବ ଯୋଜନା ଅନୁଯାୟୀ ଇଲିୟାସଙ୍କ ଉପରକୁ ଏସିଡ୍ ଆକ୍ରମଣ କରିଥିଲେ । ଆଉ ଗୁରୁତର ଅବସ୍ଥାରେ ଇଲିୟାସ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜି ଦେଇଥିଲେ । ପ୍ରେମିକାର ପ୍ରତିଶୋଧରେ ନବବିବାହିତ ଇଲିୟାସର ସୁଖ ହଜିଯାଇଥିଲା ସବୁଦିନ ପାଇଁ ।