ମୃତ୍ୟୁ ମୁହଁରୁ ବଂଚିଲେ ମହିଳା : ଦେଖନ୍ତୁ ସିସିଟିଭିରେ କଏଦ ମର୍ମନ୍ତୁଦ କାର ଦୁର୍ଘଟଣା

28

2କୁହାଯାଏ ଭାଗ୍ୟ ବା ସମୟ ଭଲ ଥିଲେ ମୃତ୍ୟୁ ପାଖରୁ ବି ଜଣେ ଜିତାପଟ ମାରିଥାଏ । ଏମିତି ଏକ ଘଟଣା ଘଟିଛି ସାଉଥ-ୱେଷ୍ଟ୍ ଦିଲ୍ଲୀରେ । ଜଣେ ମହିଳା ରାସ୍ତା କଡରେ ଠିଆ ହୋଇଥିବା ସମୟରେ ଏକ କାର ଦ୍ରୁତ ଗତିରେ ଆସି ଜୋରରେ ଦେଇଛି ଧକ୍କା । ଆଉ ଆଶ୍ଚର୍ଯ୍ୟକର ଭାବେ ମହିଳା ବଂଚିଯାଇଛନ୍ତି । ମହିଳା ଜଣକ ଉପରକୁ ଉଠିଯାଇ ପାଖରେ ପଛରୁ ଆସୁଥିବା ଆଉ ଏକ ୱଗନ ଆର୍ କାର ତଳେ ଚାପି ହୋଇ ଯାଇଥିଲେ । ଏସବୁ ଘଟଣା ଏକ ସିସିଟିଭିରେ କଏଦ ହୋଇଛି । ଆଉ ଏପରି ଦୁର୍ଘଟଣାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

4ସୂଚନା ଅନୁସାରେ ଏ ଘଟଣା ୧ ଜାନୁଆରୀ ଦିନ ସାଉଥ ୱେଷ୍ଟ ଦିଲ୍ଲୀର ସାଗରପୁରା ଅଂଚଳରେ ହୋଇଛି । ସମୟ ଦିନ ୩ଟା୨୦ ଥିଲା । ୪୦ ବର୍ଷୀୟ କାନ୍ତା ଆନନ୍ଦ ନାମ୍ନୀ ମହିଳା ଜଣକ ପାଖ ଆପାର୍ଟମେଂଟରୁ ବାହାରି ଏକ ଅଟୋରିକ୍ସାକୁ ଅପେକ୍ଷା କରିଥିଲେ । ତାଙ୍କ ପଛରୁ ପାଖ ବିଲିଡିଂରୁ ଏକ ୱଗନ ଆର୍ କାର ବାହାରୁ ଥିଲା । ଏହି ସମୟରେ ଖୁବ୍ ଜୋରରେ ଆସୁଥିବା ଏକ ମାରୁତି ଆର୍ଟିଗା ଗାଡି ପ୍ରଥମେ ସେହି ମହିଳାଙ୍କୁ ଓ ପରେ ୱଗନ ଆର୍ କାରକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ସେହି ମହିଳା ଜଣକ ଉପରକୁ ଉଠି ଯାଇ ପୁଣି ୱଗନ ଆର୍ କାରର ତଳେ ଚାପି ହୋଇଯାଇଥିଲେ ।

5ମହିଳା ଓ ୱଗନ ଆର୍ କାରକୁ ଧକ୍କା ଦେଇ ମାରୁତି ଆର୍ଟିଗା କାର ଚାଳକ ଗାଡି ବୁଲାଇ ପଳାଇଯାଉଥିଲା । ଏତିକି ବେଳେ ପାଖରେ ଥିବା ଲୋକେ ତାକୁ କାବୁ କରିନେଇଥିଲେ । ମହିଳାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଦିଆଯାଇଥିଲା । ଡାକ୍ତରଙ୍କ ସୂଚନା ଅନୁସାରେ ମହିଳାଙ୍କ ଲୋୟର ଅଙ୍ଗରେ ସର୍ଜରି କରାଯାଇଛି ଏବଂ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଡାକ୍ତର ଆଶା କରିଛନ୍ତି ।

ଏହାସହ ଦେଖନ୍ତୁ ଏହି ସିସିଟିଭି ଭିଡିଓରେ ଦୁର୍ଘଟଣାର ଦୃଶ୍ୟ –

ଏହାସହ ମଧ୍ୟ ଦେଖନ୍ତୁ-ସାବଧାନ! ପ୍ୟାଣ୍ଟ ପକେଟରେ ମୋବାଇଲ ରଖୁଛନ୍ତି କି? ନପୁଂସକ ହୋଇପାରନ୍ତି