ପ୍ରେମରେ ଅନ୍ଧ ସାନ ଭଉଣୀ : ବଡ ଭଉଣୀକୁ କଲେ ଗୁଳି କରି ହତ୍ୟା

45

5ଦିଲ୍ଲୀର ନର୍ଥ ଇଷ୍ଟ ଜିଲ୍ଲା , ସିଲମପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ୨୦ ବର୍ଷୀୟ ଜଣେ ଯୁବତୀ ନିଜର ବଡ ଭଉଣୀକୁ ଗୁଳିକରି ହତ୍ୟା କରିବା ଆରୋପରେ ପୁଲିସ କରିଛି ଗିରଫ । ନିଜ ପ୍ରେମରେ ବାଧା ଦେବାରୁ ପ୍ରେମିକ ସହ ମିଶି ଏମିତି କାଣ୍ଡ ରଚାଇଛନ୍ତି ସାନ ଭଉଣୀ ଜଣକ ।

ଶାଜିଆ ନାମ୍ନୀ ଏହି ସାନ ଭଉଣୀ ପ୍ରେମ କରୁଥିଲେ ୱାସିମ୍ ନାମକ ଜଣେ ଯୁବକକୁ । ଆଉ ଏଥିରେ ବାଧା ଦେଉଥିଲେ ବଡ ଭଉଣୀ ସୋନମ୍ । ୱାସିମ ଠାରୁ ଦୂରେଇ ରହିବାକୁ କହୁଥିଲେ ଏବଂ ନମାନିଲେ ବାପା ମା’ଙ୍କୁ ଏହା ଜଣାଇଦେବାର ଧମକ ଦେଇଥିଲେ । । ଏଥିରେ ଭୟଭୀତ ହୋଇ ଶାଜିଆ ପ୍ରେମିକ ସହ ମିଶି ରଚିଥିଲେ ଉପାୟ । ପ୍ରେମକୁ ସାକାର କରିବାକୁ ଯାଇ ନିଜ ଭଉଣୀକୁ ବାଟରୁ ହଟେଇବାକୁ ପଛାଇନଥିଲେ । ପ୍ରେମିକ ୱାସିମ ବଡ ଭଉଣୀକୁ ହତ୍ୟା କରିବାକୁ କରିଥିଲେ ଯୋଜନା ।

6ଘଟଣା ଦିନ ଶାଜିଆ ଜାଣିଶୁଣି ପ୍ରେମିକ ୱାସିମକୁ ନେଇ ବଡ ଭଉଣୀ ସହ ଝଗଡା କରିଥିଲେ । ଏହି ସମୟରେ ଏକ ପିସ୍ତଲ ଆଣି ବଡ ଭଉଣୀ ସୋନମକୁ ଗୁଳି କରିଥିଲେ । ଏହି ହତ୍ୟା ଘଟଣାକୁ ଅନ୍ୟ ଏକ ରୂପ ଦେଇଥିଲେ ସାଜିଆ । ବାପା ମା ଘରକୁ ଫେରିଲା ପରେ କହିଥିଲେ ସୋନମର ପିଛା କରୁଥିବା ଜଣେ ଯୁବକ ତାଙ୍କୁ ମାରିଛି । ହେଲେ ପରେ ପୁଲିସକୁ ସବୁ ସତ ଓଗାଳି ଥିଲେ ସୋନମ ।

ପୁଲିସ ଗିରଫ କରିଛି ସାନ ଭଉଣୀକୁ ଏବଂ ପ୍ରେମିକ ୱାସିମ ଏବେ ଫେରାର ଅଛି । ତା ପାଖକୁ ଏହି ପିସ୍ତକ କେମିତି ଆସିଲା ଏ ବିଷୟରେ ଅନୁସନ୍ଧାନ କରୁଛି ପୁଲିସ ।