ହିଟ-ଏଣ୍ଡ-ରନ୍ ଭିଡିଓ ସୋସିଆଲରେ ଭାଇରାଲ : ରାସ୍ତାରେ ଛଟପଟ ଆହତ ମହିଳା,ସ୍ଥାଣୁ ପାଲଟି ଯାଇଥିଲେ ଲୋକେ

54

33ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ଏବେ ଏକ ସିସିଟିଛି ଭିଡିଓ କ୍ଲିପ୍ । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମଣିଷ ଯେ ଏତେ ନିର୍ଦ୍ଦୟ ହୋଇପାରେ । ଏମିତି ପ୍ରଶ୍ନ ମନରେ ଜାତ ହେବ ।

ଇଣ୍ଡିଆନ ଏକ୍ସେପ୍ରେସରେ ପ୍ରକାଶିତ ହୋଇଛି ଏହି ଖବର । ଜଣେ ମହିଳା ବାଇକ୍ ଧକ୍କାରେ ଆହତ ହୋଇ ପଡିଥିବା ବେଳେ , ସେଇ ରାସ୍ତା ଦେଇ ଯାଉଥିବା ଲୋକେ ଅଣଦେଖା କରି ଚାଲିଯାଉଥିବାର ଦୃଶ୍ୟ ଏବେ ଖୁବ୍ ଚର୍ଚ୍ଚାର ବିଷୟ ସାଜିଛି । ଏହି ଦୁଃଖଦ ଘଟଣା ଘଟିଛି ଚୀନର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ । ଏହି ହିଟ-ଏଣ୍ଡ- ରନ୍ ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡିରହିଛନ୍ତି । ପାଖଦେଇ ଯାଉଥିବା କେହି ବି ବ୍ୟକ୍ତି ସାହାଯ୍ୟ କରୁନାହାଁନ୍ତି ।

44ଯେତେବେଳେ ମହିଳାଜଣକ ରାସ୍ତା ପାରି ହେଉଥିଲେ ପ୍ରଥମେ ଏକ ମୋଟରସାଇକେଲ ତାଙ୍କୁ ଜୋରରେ ଧକ୍କା ଦେଉଛି । ସେହି ମହିଳାଙ୍କ ସହ ମୋଟର ଚାଳକ ବି ତଳେ ପଡିଯାଉଛନ୍ତି । ବାଇକ ଚାଳକ ଜଣକ ତଳେ ପଡିରହିଥିବା ମହିଳାଙ୍କୁ ଟିକେ ନିରୀକ୍ଷଣ କରି , ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ଅବସ୍ଥାରେ ଛାଡି ପଳାଉଛନ୍ତି । ପୁଣି କିଛି କ୍ଷଣ ପରେ ଆଉ ଏକ ବାଇକ ଆସି ରାସ୍ତାରେ ପଡିରହିଥିବା ସେହି ମହିଳା ଉପରେ ଅତି ନୃଶଂସ ଭାବେ ଚଡାଇ ଚାଲିଯାଉଛି । ଏପରିକି ସେହି ଜନଗହଳିପୁର୍ଣ୍ଣ ରାସ୍ତାରେ ଅନେକ ଗାଡି ମଟର ଓ ପାଦରେ ଚାଲି ଯାଉଥିବା କୈାଣସି ଲୋକ ଦେଖି ଯେମିତି ଅନ୍ଧ ପାଲଟି ଯାଇଥିଲେ । କେହି ବି ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ । ମଣିଷର ମାନବିକତା ଯେମିତି ଏଠି ହଜି ଯାଇଥିଲା ।

ସାଉଥ ଚୀନ ମର୍ଣ୍ଣିଂ ପୋଷ୍ଟ ଅନୁସାରେ – ଦୁଇ ଦୁଇ ଥର ଆଘାତ ପାଇ ବି ମହିଳାଜଣକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ନଭେମ୍ବରର ପ୍ରଥମ ସପ୍ତାହରେ ଏ ଘଟଣା ଲେଶାନର ସିଚୁଆନ ଅଂଚଳରେ ଘଟିଥିଲା ।

ଦେଖନ୍ତୁ ସେହି ଦୁର୍ଘଟଣାର ସିସିଟିଭି ଦୃଶ୍ୟର କ୍ଲିପ୍

ଏହାସହ ଦେଖନ୍ତୁ- ଦୁର୍ଘଟଣାରେ ମୃତ ଯୁବତୀର ଶରୀରରୁ ବାହାରିଲା ଆତ୍ମା : ସିସିଟିଭି ଭିଡିଓ ହେଲା ଭାଇରାଲ