ଡାକ୍ତରଖାନାର ଶୈାଚାଳୟରେ ପିଲାଜନ୍ମ : ଚର୍ଚ୍ଚାରେ ମହିଳାଙ୍କ ପ୍ରସବ

41

pregnant-women-in-nepal-earthquake-affected-50000କେରଳ : କେରଳର ମଲ୍ଲପୁରମରେ ଥିବା ଏକ ଡାକ୍ତରଖାନରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହା  ଚିକିତ୍ସା ଜଗତ ପାଇଁ ଏକ ଲଜ୍ଜାକର ବିଷୟ । ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ମହିଳା ଏକ ଡାକ୍ତରଖାନାର ଶୈାଚାଳୟରେ ମହିଳାଙ୍କ ସଂପର୍କୀୟଙ୍କ କହିବାନୁସାରେ , ପ୍ରସବ କଷ୍ଟ ହେବାରୁ ମହିଳାଙ୍କୁ ମାଂଜେରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତରଖାନାର କର୍ମଚାରୀମାନେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିଲେ । ପ୍ରସବ କଷ୍ଟ କମ୍ କରିବା ପାଇଁ ପରିତ୍ସା କରିବାକୁ ପଡିବ କହି ଜଣେ ନର୍ସ ସଂପୃକ୍ତ ମହିଳାଙ୍କୁ ଡାକ୍ତରଖାନାର ଟଏଲେଟକୁ ପଠାଇଦେଇଥିଲେ । ନର୍ସଙ୍କ କଥାରେ ମହିଳା ଯେତେବେଳେ ଶୈାଚାଳୟ ଗଲେ ସେଠାରେ ବସି ପାରିଲେ ନାହିଁ । ଖୁବ୍ କଷ୍ଟ ଅନୁଭବ କଲେ । ଆଉ କିଛି ଉପାୟ ନପାଇ ସେହି ଶୈାଚାଳୟରେ ହିଁ ପିଲା ଜନ୍ମ କରିଦେଲେ ।

ଯେତେବେଳେ ମହିଳାଙ୍କ ସଂପର୍କୀୟ ଶୈାଚାଳୟରେ ପହଁଚିଲେ ତ ପିଲା ସହ ମହିଳାଙ୍କୁ ଦେଖିବାକୁ ପାଇଲେ । ପରେ ମହିଳା ଓ ନବଜାତ ଶିଶୁକୁ ଆଇସିୟୁକୁ ନିଆଯାଇଥିଲା । ଏହି ଘଟଣାକୁ ନେଇ ସମସ୍ତେ ନିନ୍ଦା କରିଛନ୍ତି ।  ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ମଲ୍ଲପୁରମର ସିଏମଓଙ୍କୁ ପୁରା ଘଟଣାର ରିପୋର୍ଟ ମାଗିଛନ୍ତି ।

                                               ( ସୈାଜନ୍ୟ : ଟାଇମ୍ସ ଅଫ୍ ଇଣ୍ଡିଆ)