ଏମିତି ବି ହୋଇପାରେ ! ୧୦ ଦିନରେ ଦୁଇ ଥର ଗର୍ଭବତୀ ହୋଇଥିଲେ ମହିଳା

33

ଜଣେ ମହିଳାଙ୍କ ପାଇଁ ଗର୍ଭଧାରଣ କରିବା ଓ ପିଲା ଜନ୍ମ କରିବା ଏକ ସ୍ୱତନ୍ତ୍ର ଅନୁଭବ ଆଣିଦେଇଥାଏ । କିନ୍ତୁ ବେଳେବେଳେ ଏଇ ଗର୍ଭଧାରଣ ସମୟରେ ଅନେକ ଅଘଟଣ ଘଟିଥାଏ । ଗର୍ଭଧାରଣ କରିନପାରି ମହିଳା ନିରାଶ ହୋଇଥାନ୍ତି । ଏଇ ଗର୍ଭଧାରଣକୁ ନେଇ ଏବେ ଏକ ରୋଚକ ଖବର ଖୁବ୍ ଚର୍ଚ୍ଚାରେ ।

ଅଷ୍ଟ୍ରେଲିଆରେ ଘଟିଛି ଏମିତି ଏକ ଘଟଣା । ଜଣେ ମହିଳାଙ୍କ ଗର୍ଭରେ ଅଜବ ଚମତ୍କାର ଦେଖିବାକୁ ମିଳିଛି । ଏ ମହିଳା ନିଜ ସ୍ୱାମୀଙ୍କ ସହ ଗୋଟିଏ ଥର ସମ୍ବନ୍ଧ ରଖିବାର ୧୦ ଦିନ ପରେ ଦୁଇ ଥର ଗର୍ଭବତୀ ହୋଇଛନ୍ତି । ଏହା ତାଜୁବ କରିଛି ସେହି ଦଂପତ୍ତି ଓ ଡାକ୍ତରଙ୍କୁ ।  ଚିକିତ୍ସା ଜଗତ ପାଇଁ ଏହା ଏକ ବିରଳ ଘଟଣା ବୋଲି ମଧ୍ୟ କୁହାଯାଉଛି । ଅଷ୍ଟ୍ରେଲିଆର କେଟ୍ ନାମ୍ନୀ ଏହି ମହିଳା ଜଣକ ୨୦୦୬ରେ ପୋଲିସିଷ୍ଟିକ ଡିମ୍ବ ସିଣ୍ଡ୍ରୋମ ସମସ୍ୟାରେ ପୀଡିତ ଥିଲେ ।  ତାଙ୍କୁ ହର୍ମୋନ ଟ୍ରିଟମେଣ୍ଟ ଦିଆଯାଇଥିଲା । ଡାକ୍ତରମାନେ କହୁଛନ୍ତି ଏହି କାରଣ ଯୋଗୁଁ ବୋଧେ ଏମିତି ହୋଇଥାଇପାରେ । ଆଶ୍ଚର୍ଯ୍ୟକର କଥା ଗୋଟିଏ ଥର ଶାରୀରିକ ସଂପର୍କ ରଖିବାର ୧୦ ଦିନରେ କେଟଙ୍କ ଶରୀରରେ ଏକ ଅନ୍ୟ ଅଣ୍ଡାଣୁ ତାଙ୍କ ପତିଙ୍କ ଶୁକ୍ରାଣୁରୁ ସୃଷ୍ଟି ହୋଇଥିଲା ।

ସାଧାରଣତଃ ମହିଳାଙ୍କର ଏମିତି ହୋଇନଥାଏ । ଥରେ ଗର୍ଭଧାରଣ କଲେ, ଆଉ ଅଣ୍ଡାଣୁର ବିକାଶ ହୋଇନଥାଏ । ହେଲେ ଏବେ ଏହି ମହିଳା କେଟଙ୍କ କ୍ଷେତ୍ରରେ ଏକ ଆଶ୍ଚର୍ଯ୍ୟକର ଘଟଣା ମନେହୋଇଛି ।