୧୧ଶହ ବର୍ଷ ପୂର୍ବେ ହୋଇଥିଲା ମୃତ୍ୟୁ ; ହେଲେ ମହିଳାଙ୍କ ଗୋଡରେ ଥିଲା ଆଦିଦାସ୍ ଜୋତା !

46

deadମଙ୍ଗୋଲିଆରେ ୧୧ଶହ ବର୍ଷ ତଳର ଏକ ମମି(ସଂରକ୍ଷିତ ମୃତଦେହ) ମିଳିଛି । ଏହା ଏବେ ଚର୍ଚ୍ଚାର ବିଷୟ ସାଜିଛି । ଜଣେ ମହିଳାଙ୍କ ମୃତଦେହରେ ଏମିତି ଏକ ଜିନିଷ ମିଳିଛି ଯାହାକୁ ଦେଖି ବୈଜ୍ଞାନିକ ଚିନ୍ତାରେ ପଡିଯାଇଛନ୍ତି । ଏହି ମହିଳା ମମିର ଗୋଡରେ ମିଳିଛି ଆଦିଦାସ୍ କଂପାନୀର ଜୋତା ।

ଆଦିଦାସ୍ ଏକ ଜର୍ମାନ କଂପାନୀ ଏବଂ ସାରା ବିଶ୍ୱରେ ଏହା ଫୁଟୱେୟାର ପାଇଁ ପ୍ରସିଦ୍ଧ । ଏହି ମମି ପାଖରୁ ମିଳିଥିବା ଜୋତାର ଫଟୋ ଯେତେବେଳେ ବାହାରିଲା ,ସେତେବେଳେ ଏହା ଆଦିଦାସର ବୋଲି ଜଣାପଡିଥିଲା । ମମିର ପାଦରେ ନାଲି ଓ କଳା ରଙ୍ଗର ଜୋତାରେ ପୁରା ଆଦିଦାସର ଜୋତା ଭଳି ଲାଗୁଥିଲା ।

ମଙ୍ଗୋଲିଆର ଅଟଲଇ ପାହାଡ ପାଖରେ ମିଳିଥିବା ଏହି ମମି , ବୈଜ୍ଞାନିକଙ୍କୁ ଚକିତ କରିଦେଇଛି । ୧୧ଶହ ବର୍ଷ ପରେ କେମିତି ଏ ଜୋତା ଗୋଡରେ ରହିଛି , ଆଶ୍ଚର୍ଯ୍ୟକର ଘଟଣା ପାଲଟିଛି । ମିଳିଥିବା ସୂଚନା ଅନୁସାରେ ବୈଜ୍ଞାନିକଙ୍କ ମତାନୁସାରେ ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମହିଳାଙ୍କ ମୃତଦେହ ପାଖରୁ ଆହୁରି ଅନେକ ଜିନିଷ ମିଳିଛି । ଯେତେବେଳେ ମହିଳାଙ୍କ ମୃତଦେହକୁ ପୋତାଯାଇଥିଲା ,ଏହା ସହ ହ୍ୟାଣ୍ଡବ୍ୟାଗ ମଧ୍ୟ ଥିଲା । ସେଥିରେ ଛୁରୀ,କପଡା ,କାଚ ଆଦି ଜିନିଷ ମିଳିଛି । ଛୁରୀରେ କଳଙ୍କି ମଧ୍ୟ ଲାଗିନାହିଁ ।                                                       ( ସୈାଜନ୍ୟ – ଡେଲିମେଲ୍ )