ଏମିତି ଅଛି ପ୍ରଥା : ସ୍ତ୍ରୀ ବର୍ଷକେ ୫ ଦିନ ରହେ ନିବସ୍ତ୍ର , ସ୍ୱାମୀ ସହ କଥା ହୁଏ ନାହିଁ

92

rare-village-55d995f84fcef_lଆମ ଦେଶ ଭାରତ ଅନେକ ଧର୍ମ ଓ ପରମ୍ପରରା ଦେଶ । ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ଚାଲି ଚଳନ ରୀତିନୀତି । ଅଜବ ଅଜବ ପ୍ରଥା ଓ ପରମ୍ପରା । ଏମିତି ଏକ ପ୍ରଥା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟୀରେ ଅଛି ପିଣି ଗାଁ । ଏହି ଗାଁର ଏକ ପ୍ରଥା ଅଛି ଘରର ସ୍ତ୍ରୀ ୫ ଦିନ ଧରି କୈାଣସି ବସ୍ତ୍ର ପିନ୍ଧି ନଥାଏ ।

villହଟୁଡେ ନ୍ୟୁଜରେ ପ୍ରକାଶିତ ଖବର ଅନୁସାରେ – ୫ ଦିନ ଧରି ସ୍ୱାମୀ-ସ୍ତ୍ରୀ ପରସ୍ପରକୁ କଥାବାର୍ତା ହୁଅନ୍ତି ନାହିଁ । ଏହି ପାଂଚ ଦିନ ସ୍ତ୍ରୀ ନିବସ୍ତ୍ର ରହିଥାଏ । ଏହି ସମୟରେ ସେହି ଗାଁରେ କୈାଣସି ବ୍ୟକ୍ତି ମଦ୍ୟ ପାନ କରନ୍ତି ନାହିଁ । ଅନେକ ଦିନରୁ ଏମିତି ଚଳି ଆସୁଛି ସେହି ଗାଁରେ । ପ୍ରତି ବର୍ଷ ଠିକ୍ ଶ୍ରାବଣ ମାସରେ ପ୍ରଥା ଅନୁସାରେ ସ୍ତ୍ରୀ ଏମିତି କରିଥାଏ । ସ୍ୱାମୀ ଠାରୁ ସ୍ତ୍ରୀକୁ ଦୂରେଇ ରଖାଯାଏ ।

ବର୍ଷର ଏହି ୫ ଦିନ ମହିଳା କପଡା ବଦଳରେ ଉଲରେ ତିଆରି ଏକ ଓଢଣୀ ଘୋଡାଇ ହୋଇଥାଏ । ଏହି ପରମ୍ପରା ପଛରେ ଏକ କାରଣ ରହିଛି ବୋଲି ଶୁଣିବାକୁ ମିଳେ । ଗାଁକୁ ରାକ୍ଷସ କବଳରୁ ରକ୍ଷା କରିବା ପାଇଁ ଏମିତି ପରଂପରା ଅନେକ ଦିନରୁ ପୁରୁଷ ପୁରୁଷ ଧରି ଚଳି ଆସିଛି ।