ଗର୍ଭପାତ ପାଇଁ ମହିଳାଙ୍କୁ ନିଜ ସ୍ୱାମୀଙ୍କ ସହମତି ନେବା ଜରୁରୀ ନୁହେଁ : ସୁପ୍ରିମ୍ କୋର୍ଟ

38

ସୁପ୍ରିମ କୋର୍ଟ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ଯେ, ଗର୍ଭପାତ ପାଇଁ ମହିଳାଙ୍କୁ ନିଜ ପତିଙ୍କର ସହମତି ନେବା ଜରୁରୀ ନୁହେଁ । ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିବା ଜଣେ ପତିଙ୍କର ପିଟିସନର ଶୁଣାଣୀ ବେଳେ ସୁପ୍ରିମ୍ କୋର୍ଟ ଏହା କହିଛନ୍ତି । ଯେକୌଣସି ବୟସ୍କା ମହିଳା ଶିଶୁକୁ ଜନ୍ମ ଦେବା ବା ଗର୍ଭପାତ କରିବା ନିଷ୍ପତ୍ତି ନେବା ଅଧିକାର ତାଙ୍କର ନିଜର ରହିଛି । ମହିଳାଙ୍କ ପାଇଁ ଏହା ଜରୁରୀ ନୁହେଁ କି ଗର୍ଭପାତ ନିଷ୍ପତ୍ତି ପତିଙ୍କ ମତ ନେବା ପରେ କରିପାରିବେ ।

ପତି ଜଣକ ନିଜର ପିଟିସନରେ ପୂର୍ବ ପତ୍ନୀଙ୍କ ସହ ମହିଳାଙ୍କ ମାତା-ପିତା , ଭାଇ ଓ ଦୁଇ ଜଣ ଡାକ୍ତରଙ୍କ ଉପରେ ଅବୈଧ ଗର୍ଭପାତର ଆରୋପ ଲଗାଇଥିଲେ । ପିଟିସନ କର୍ତ୍ତା ତାଙ୍କର ସହମତି ନନେଇ ଗର୍ଭପାତ କରାଯାଇଥିବାର ଆପତ୍ତି ଉଠାଇଥିଲେ । ଏହା ପୂର୍ବରୁ ପଂଜାବ ଓ ହରିଆଣା ହାଇକୋର୍ଟ ମଧ୍ୟ ପିଟିସନରଙ୍କ ପିଟିସନକୁ ଏଡେଇ ଦେଇ କହିଥିଲେ , ଗର୍ଭପାତର ନିର୍ଣ୍ଣୟ କେବଳ ନିଜେ ମହିଳାହିଁ କରିପାରିବେ ।

ମୁଖ୍ୟ ବିଚାରପତି ଦୀପକ ମିଶ୍ର , ବିଚାରପତି ଡିୱାଇ ଚନ୍ଦ୍ରଚୁଡ୍ ଓ ବିଚାରପତି ଏଏମ୍ ଖାନଭିଲକରଙ୍କର ଏକ ମିଳିତ ବୈଠକ ହାଇକୋର୍ଟର ନିଷ୍ପତ୍ତିରେ ମୋହର ଲଗାଇଛନ୍ତି । ହାଇକୋର୍ଟ ନିଜର ନିଷ୍ପତ୍ତିରେ କହିଥିଲେ , ‘ ପତି-ପତ୍ନୀଙ୍କ ମଧ୍ୟରେ ଚାପଗ୍ରସ୍ତ ସମ୍ବନ୍ଧକୁ ଦେଖି ମହିଳାଙ୍କ ଗର୍ଭପାତର ନିଷ୍ପତ୍ତି ପୁରାପୁରି ଆଇନର ଅଧିନରେ । ଦୁଇ ଜଣଙ୍କ ସଂପର୍କ ପ୍ରଥମରୁ ଭଲ ନାହିଁ । ଏବଂ ଏଚ୍ଚି ନିଷ୍ପତ୍ତିରେ ଦୁଇ ଜଣଙ୍କର ସମ୍ବନ୍ଧରେ ପ୍ରଭାବ ପଡିଲା ଭଳି ସ୍ଥିତି ନାହିଁ । ’ସୁପ୍ରିମ କୋର୍ଟର ୩ ଜଣ ବିଚାରପତିଙ୍କର ମିଳିତ ବୈଠକ ମଧ୍ୟ ହାଇକୋର୍ଟର ନିଷ୍ପତ୍ତିକୁ ସ୍ୱାଗତ କରିିଛନ୍ତି ।

ସୁପ୍ରିମ କୋର୍ଟ କହିଛନ୍ତି , ‘ମହିଳା ଜଣକ ଜଣେ ବୟସ୍କ ଅଟନ୍ତି ଏବଂ ସେ ମା’ ମଧ୍ୟ । ଏପରି ସ୍ଥିତିରେ ଯଦି ସେ ପିଲାକୁ ଜନ୍ମ ଦେବାକୁ ଚାହୁଁନାହାଁନ୍ତି ତ ତାଙ୍କୁ ଗର୍ଭପାତ କରିବାର ପୁରା ଅଧିକାର ରହିଛି । ଏଥିପାଇଁ ମହିଳାଙ୍କ ମାତା-ପିତା ଓ ଡାକ୍ତରଙ୍କ କେଉଁ ଆଧାରରେ ଦାୟି କରାଯାଇପାରିବ ? ’ ଏହି ଦଂପତିଙ୍କ ବିବାହ ୧୯୯୪ରେ ହୋଇଥିଲା ଏବଂ ୧୯୯୫ରେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ । ବିବାହରେ ଆସିଥିବା କିଛି ସମସ୍ୟା କାରଣରୁ ମହିଳା ଜଣକ ୧୯୯୯ରୁ ନିଜର ପିତା-ମାତାଙ୍କ ଘରେ ରହୁଥିଲେ ।

ମହିଳା ଜଣକ କୋର୍ଟରେ ନିଜର ନିର୍ବାହ ଖର୍ଚ୍ଚ ପାଇଁ ଆବେଦନ କରିଥିଲେ । ଏବଂ କୋର୍ଟର ନିର୍ଦ୍ଦେଶ ପରେ ୨୦୦୨ରେ ପତିଙ୍କ ସହ ପାନିପତରେ ରହୁଥିଲେ । ୨୦୦୩ରେ ଯେବେ ତାଙ୍କୁ ଜଣାପଡିଲା ସେ ପୁଣି ଗର୍ଭବତୀ , ଉଭୟଙ୍କ ମଧ୍ୟରେ ସଂପର୍କ ଭଲ ନଥିବାରୁ ମହିଳା ଜଣକ ଗର୍ଭପାତ କରିବାକୁ ଚାହିଁଥିଲେ । ପତି ଗର୍ଭପାତର ନିଷ୍ପତ୍ତିରେ ସହମତ ନଥିଲେ । ଏବଂ ମହିଳା ଜଣକ ଚଣ୍ଡିଗଡରେ ଥିବା ନିଜର ମାତାପିତାଙ୍କ ପାଖକୁ ଯାଇ ଗର୍ଭପାତ କରିଥିଲେ ।
(ସୌଜନ୍ୟ- ନବଭାରତ ଟାଇମ୍ସ )