ଏମିତି ଅଛି ଅନ୍ଧବିଶ୍ୱାସ : ଗୋରା ରଙ୍ଗର ନବଜାତ ଶିଶୁକୁ ଅଶୁଭ ଭାବି ମାରିଦିଆଯାଏ

20

6ଆମ ସମାଜରେ ନବଜାତ ଶିଶୁ ଜନ୍ମ ହେଲେ ଘରେ ଖୁସିର ମାହୋଲ ତିଆରି ହୋଇଯାଏ । ଶିଶୁକୁ ଜନ୍ମ କଲା ମା’ ଯେତିକି ଖୁସି ହୁଏ ,ସେତିକି ଖୁସି ପରିବାର ଲୋକେ ହୋଇଥାନ୍ତି । କିନ୍ତୁ ଆମ ଦେଶରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଗୋରା ରଙ୍ଗର ପିଲା ଜନ୍ମ ହେଲେ ମାରିଦିଆଯାଉଛି । ଏହା ପଛରେ ରହିଛି ଏକ ଅନ୍ଧ ବିଶ୍ୱାସ ।

କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନରେ ଜାରୱା ଜନଜାତିରେ ଗୋରା ରଙ୍ଗର ପିଲା ଜନ୍ମ ହେଲେ ଏହା ଅଶୁଭ ବୋଲି ମାନିଥାନ୍ତି ଏବଂ ସେଠାରେ ନବଜାତ ଶିଶୁକୁ ମାରିଦେଇଥାନ୍ତି ।

ତଥ୍ୟ ଅନୁସାରେ ଏହି ଜନଜାତିର ସବୁ ଲୋକଙ୍କ ରଙ୍ଗ ଘନ କଳା । ଯଦି କୈାଣସି ପିଲା କଳା ରଙ୍ଗ ବଦଳରେ କିଛି ମାତ୍ରାରେ ଗୋରା ହୋଇ ଜନ୍ମହୋଇଥାଏ ତ ମା’କୁ ଖୁବ୍ ଡରଥାଏ । କାହିିଁକି ନା ସେ ଜାଣିଛି ଏ ପ୍ରଥାର ଲୋକେ ତାର ଶିଶୁକୁ ମାରିଦେବେ । ଏଠାରେ ଗୋରା ପିଲାକୁ ହୀନ ଭାବରେ ଦେଖାଯାଏ । ଏଥିପାଇଁ ଜନ୍ମ ହେଉ ହେଉ ମାରିଦିଆଯାଏ ।