ସବୁଠୁ ଲୋକପ୍ରିୟ ଜି-ମେଲ୍ : ଆପଣ ଜାଣନ୍ତି କେବେ ଏହାର ଜନ୍ମ ?

36

ଆଜିକାଲି କମ୍ପ୍ୟୁଟର ଯୁବଗୋଷ୍ଠୀଙ୍କର ପ୍ରଥମ ପସନ୍ଦ । ତେଣୁ ପ୍ରାୟ ସମସ୍ତଙ୍କର ଜି-ମେଲ ଆକାଉଣ୍ଟ ନିଶ୍ଚୟ ଥିବ । ହେଲେ ଆପଣ ଜାଣନ୍ତି ଏହାର ଜନ୍ମ କେବେ ହୋଇଥିଲା ?

୧ ଏପ୍ରିଲ୍ ୨୦୦୪ରେ ଗୁଗୁଲ୍ ଆରମ୍ଭ କରିଥିଲା ଜି-ମେଲ୍ ବ୍ୟବସ୍ଥା । ଏହି ଇ-ମେଲ୍ ସେବା ଆରମ୍ଭ ହେବା ସହ ପରିବର୍ତ୍ତିତ ହେଲା ପ୍ରଯୁକ୍ତି ଦୁନିଆ । ଏହି ଜି-ମେଲ୍ ପ୍ରୋଜେକ୍ଟକୁ ଆରମ୍ଭ କରିଥିଲେ ଗୁଗୁଲ୍ ଡେଭଲପର୍ ପଲ୍ ବୁକେଟ୍ । ତାଙ୍କ ମୁଣ୍ଡରେ ଏହି ଉପାୟ, ହଟମେଲ୍ ଆସିବା ପୂର୍ବରୁ ୧୯୯୦ରେ ଆସିଥିଲା । କିନ୍ତୁ ସେତେବେଳେ ସେ କଲେଜ ଛାତ୍ର ହିସାବରେ ବ୍ୟକ୍ତିଗତ ଇ-ମେଲ୍ ପ୍ରୋଜେକ୍ଟ ତିଆରି କରିଥିଲେ । ପରେ ଅଗଷ୍ଟ ୨୦୦୧ରେ ସେ ଜି-ମେଲ୍ ପାଇଁ କାମ ଆରମ୍ଭ କରିଥିଲେ ।

ଜି-ମେଲ୍ ୨୦୦୭ରେ ସାଧାରଣ ଲୋକଙ୍କ ପାଖରେ ପହଁଚିଥିଲା । ଏଥିରେ ୧ଜିବିର ଡାଟା ଷ୍ଟୋରେଜ୍ ସ୍ପେସ୍ , ଆଡଭାନ୍ସ ସର୍ଚ୍ଚ ଫିଚର ସହ କଥାବାର୍ତ୍ତାର ସହଜ ମାଧ୍ୟମ ହେବା ଦ୍ୱାରା ପ୍ରଯୁକ୍ତି ଦୁନିଆରେ ଆସିଲା କ୍ରାନ୍ତିକାରୀ ପରିବର୍ତ୍ତନ । ୨୦୧୪ରେ ଗୁଗୁଲ୍ ପ୍ଲେ ଷ୍ଟୋର ପ୍ରଥମଥର ପାଇଁ ଆପ୍ ତିଆରି କରିଥିଲା । ଏହି ଆଣ୍ଡ୍ରଏଡ୍ ଡିଭାଇସର ଡାଉନଲୋଡ ପାଖାପାଖି ୧୦୦ କୋଟି ଛୁଇଁଥିଲା ।