ଦୁଃସାହସିକତା ! ଚାରିଜଣ ଯୁବକ ନିଜ ବାଇକ ପଛରେ ଦୌଡାଇଲେ ସିଂହଙ୍କୁୁ

51

ଗୁଜୁରାଟର ପ୍ରସିଦ୍ଧ ଗିର୍ ଅଭୟାରଣ୍ୟ ଏସିଆନ୍ ସିଂହଙ୍କର ଏକମାତ୍ର ପ୍ରାକୃତିକ ବାସସ୍ଥାନ । ଏହିଠାରେ ଚାରିଜଣ ବାଇକ୍ ଆରୋହୀ ବହୁତ ବଡ ଭୁଲ୍ କରି ବସିଛନ୍ତି । ଏହି ବ୍ୟକ୍ତିମାନେ ବାଇକରେ ସିଂହମାନଙ୍କ ପିଛାକରି ଏମାନଙ୍କୁ ଦୌଡାଇଛନ୍ତି । ଦୁଇଟି ବାଇକରେ ଚାରିଜଣ ବ୍ୟକ୍ତି ସିଂହ, ସିଂହୀ ଏବଂ ତାଙ୍କର ଛୁଆମାନଙ୍କୁ ଭୟଭୀତ କରାଇ ଦୌଡାଇଛନ୍ତି । ଦୈନିକ ଜାଗରଣରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ

ଅମାନୁଷିକତାର ଏହି କାର୍ଯ୍ୟ ଯୋଗୁଁ ସିଂହର ପରିବାର ଭୟଭୀତ ହୋଇ ଇଆଡେ ସିଆଡେ ଦୌଡିବାକୁ ଲାଗିଥିଲେ ସତ , ଯଦି ସିଂହର ପରିବାର ରାଗି ଓଲଟା ଆକ୍ରମଣ କରିଥାଆନ୍ତେ ତେବେ ଏହି ପ୍ରକ୍ରିୟା ଭୟଙ୍କର ସାବ୍ୟସ୍ତ ହେବାର ସମ୍ଭାବନା ଥିଲା । ଏବଂ ଏଥିରେ ସୁରକ୍ଷିତ ଜୀବଙ୍କର ହାନି ଘଟିବାର ଆଶଙ୍କା ମଧ୍ୟ ରହିଥିଲା ।

ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି –
ଏହି ଘଟଣାର ଭିଡିଓ ନେଇ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରିଥିଲେ । ଏହା ଜଣାନାହିଁ ଯେ ଏହାକୁ କିଏ ଅପଲୋଡ କରିଛନ୍ତି । ମାତ୍ର ଫେସବୁକରେ ଆସିବା ମାତ୍ରେ ଏହି ଭିଡିଓ ଭାୟରାଲ ହୋଇଥିଲା ଏବଂ ଲୋକମାନେ ଏହି ଭିଡିଓରେ ଥିବା ଦୃଶ୍ୟକୁ ଦେଖି ମଧ୍ୟ ବିରକ୍ତ ପ୍ରକାଶ କରିଥିଲେ । ଏହି ଭିଡିଓ ଗତବୁଧବାର ଦିନ ନିଆଯାଇଥିବା ଜାଣିବାକୁ ମିଳିଛି । ଏଥିରେ ପରିଷ୍କାର ଭାବେ ଦେଖିବାକୁ ମିଳୁଛି ଯେ କିଭଳି ବାଇକ ଆରୋହଣ କରୁଥିବା ୪ଜଣ ଯୁବକ ସିଂହ ପରିବାରକୁ ପିଛା କରୁଛନ୍ତି ଏବଂ ଏଥିରେ ଭୟଭୀତ ହୋଇ କିଭଳି ଭାବେ ଏହି ସିଂହ ପରିବାର ଭୟରେ ଏଣେତେଣେ ବିକଳ ହୋଇ ଦୌଡୁଛନ୍ତି ।

ଏହି ଭିଡିଓରେ ବାଇକରେ ଲେଖାଥବା ନମ୍ବର ପ୍ଲେଟ୍ ମଧ୍ୟ ପରିଷ୍କାର ଭାବେ ଦେଖାଯାଉଛି, ଯାହାକି ଗୁଜୁରାଟ ରେଜିଷ୍ଟ୍ରେସନ ବୋଲି ଜଣାପଡିଛି । ଏବଂ ଶୁଣିବାକୁ ମିଳିଛି ଯେ ଏହି ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଛି ।