ଏଠାରେ ‘ଭଗବାନ’ଙ୍କ ପାଇଁ ବନ୍ଦ ହୋଇଯାଏ ଏୟାରପୋର୍ଟର ରନୱେ !

31

ଆପଣ କେବେ ଶୁଣିଛନ୍ତି କି ବିଶ୍ୱରେ ଏମିତି କୌଣସି ଏୟାରପୋର୍ଟ ଅଛି , ଯାହା ‘ଭଗବାନ’ଙ୍କ ପାଇଁ ନିଜର ରନୱେକୁ ବନ୍ଦ କରିଦେଇଥାଏ । ଏବଂ ବିମାନର ଉଡାଣର ସମୟ ବଦଳେଇଦେଇଥାଏ ? ହଁ ଏମିତି ଏକ ସ୍ଥାନ ଅଛି । ଯେଉଁଠି ଭଗବାନଙ୍କ ପାଇଁ ଏୟାରପୋର୍ଟର ରନୱେକୁ ବନ୍ଦ କରିଦିଆଯାଏ । ଏକଥା ବିଶ୍ୱାସ ନହେଲେ ବି ସତ । କେରଳର ରାଜଧାନୀ ତିରୁବନନ୍ତପୁରମ୍ ଇଂଟରନ୍ୟାସନାଲ୍ ଏୟରପୋର୍ଟରେ ଏମିତି ହୋଇଥାଏ । ଯେଉଁଠି ପାରମ୍ପରିକ ଭାବେ ସ୍ୱାମୀ ପଦ୍ମନାଭ ସ୍ୱାମୀ ମନ୍ଦିରର ଯାତ୍ରା ଚାଲିଥିବା ବେଳେ ଏପରି ହୋଇଥାଏ ।

ସ୍ୱାମୀ ପଦ୍ମନାଭ ମନ୍ଦିରର ୧୦ ଦିବସୀୟ ‘ପାନକୁନି ’ ଓ ‘ଅଲପସୀ’ ଉତ୍ସବର ଅନ୍ତିମ ଦିନ ,ମନ୍ଦିରର ମୂର୍ତ୍ତୀମାନଙ୍କର ଯାତ୍ରା ସମୟରେ ଏୟାରପୋର୍ଟ ରେ ଉଡାଣକୁ ୫ଘଣ୍ଟା ପାଇଁ ବନ୍ଦ କରିଦିଆଯାଏ । ମିଳିଥିବା ସୂତ୍ରାନୁସାରେ ଏୟାରପୋର୍ଟ ତରଫରୁ ୧ ସପ୍ତାହ ପୂର୍ବରୁ ଏୟାରମ୍ୟାନଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଥାଏ ।

ଏୟାରପୋର୍ଟ ପରିସରରେ ଥିବା ଶନଗୁମୁଗମ ନିକଟରେ ସିଆଇଏସଏଫର ଆର୍ମଡଫୋର୍ସ ଯବାନମାନେ ଯାତ୍ରାର ପୁରା ସମୟ ରନୱେର ଦୁଇପାଶ୍ୱର୍ରେ ନିଯୁକ୍ତ ଥାଆନ୍ତି । ପବିତ୍ର ଯାତ୍ରା ପରେ ମୂର୍ତ୍ତୀଗୁଡିକ ପୁଣି ସେହି ପଥରେ ଫେରିଥାନ୍ତି । ଲୋକେ ପାରମ୍ପରିକ ଫାୟାର ଲ୍ୟାମ୍ପ ନେଇ ଚାଲିଥାନ୍ତି । ଶନିବାରକୁ ହେବାକୁ ଥିବା ଏହି ବାର୍ଷିକ ଉତ୍ସବର ସମୟରେ ସନ୍ଧ୍ୟାକୁ ୪ଟାରୁ ୯ ଟା ଯାଏ ଏୟାରପୋର୍ଟ ରେ ସବୁ ଉଙ୍ଗାଣକୁ ବନ୍ଦ କରିଦିଆଯିବ । ମନ୍ଦିର ପ୍ରବନ୍ଧନର ଅନୁସାରେ ଏୟାରପୋର୍ଟ ୧୯୩୨ରେ ତିଆରି ହୋଇଛି । ଏବଂ ଏହି ପରମ୍ପରା ଏହାର ବହୁତ ପୂର୍ବରୁ ଚାଲୁଅଛି ।

ତିରୁବନନ୍ତପୁରମ୍ ଏୟାରପୋର୍ଟର ନିର୍ଦ୍ଦେଶକ ଜର୍ଜ ଜୀ ଥାରାକନ୍ କହିଛନ୍ତି, ‘ ମୋତେ ଲାଗୁଛି କି ଏପରି ପ୍ରକ୍ରିୟା ପୁରା ଦିନିଆରେ ଆଉ କେଉଁଠି ହେଉନି ବୋଧେ । ପୁରା ୫ଘଣ୍ଟା ଯାଏ ରନୱେ ବନ୍ଦ ରହିଥାଏ ଏବଂ ସବୁ ଘରୋଇ-ଅନ୍ତରାଷ୍ଟ୍ରୀୟ ଉଡାଣ ବନ୍ଦ ରହେ । ଏହି ସମୟରେ ଏୟାରପୋର୍ଟ ପରିସର ରେ ଏହି ଲୋକମାନଙ୍କୁ ଯିବାକୁ ଦିଆଯାଏ । ଯାହାର ପାଖରେ ସ୍ପେଶାଲ ପାସ୍ ଥାଏ । ପାସ୍ ପାଇଁ ମନ୍ଦିର ତରଫରୁ ଏକ ତାଲିକା ଦିଆଯାଇଥାଏ ।’

(ସୌଜନ୍ୟ-ନବଭାରତ ଟାଇମ୍ସ)