ହ୍ୱାଟ୍ସଆପରେ ଭେରିଫାଇଡ୍ ଆକାଂଉଟ ଆରମ୍ଭ ! ଜାଣନ୍ତୁ ଏହାର ସର୍ତ୍ତ ବିଷୟରେ

30

ଇନଷ୍ଟାଂଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ରେ ଏବେ ଭେରିଫାଇଡ୍ ଆକାଉଂଟର ଆରମ୍ଭ ହୋଇଛି । ଏହା ପୂର୍ବରୁ ଟ୍ୱିଟର, ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଭେରିଫାଇଡ୍ ଆକାଉଂଟର ଅପସନ ଥିଲା । ଏହି ସୋସିଆଲ ସାଇଟ ଗୁଡିକରେ ଆକାଉଂଟ ଭେରିଫିକେସନ ସଂଯୁକ୍ତ ଅଛି । ଏହିପରି ହ୍ୱାଟ୍ସଆପ୍ ରେ ମଧ୍ୟ ଆକାଉଂଟ ଭାରିଫିକେସନର ସୁବିଧା ହେବ ।

ଏହା ପୂର୍ବରୁ ଆପଣଙ୍କୁ ଏକ ରିପୋର୍ଟ ଦିଆଯାଇଥିଲା କି ବିଜନେସ ୟୁଜର୍ସଙ୍କ ପାଇଁ ହ୍ୱାଟ୍ସଆପ୍ ଭାଇଫାଇଡ୍ ପ୍ରୋଫାଇଲର ଟେଷ୍ଟିଂ କରାଯାଇଥିଲା । ସେତେବେଳେ ୱିଣ୍ଡୋଜ୍ ଫୋନ୍ ପାଇଁ ଟେଷ୍ଟ କରାଯାଉଥିଲା । ଏବେ କଂପାନୀ ଘୋଷଣା କରିଛି ଏହି ଫିଚର ଆଣ୍ଡ୍ରଏଡ୍ ବିଟା ଭର୍ସନରେ କାମ କରିବ । ହ୍ୱାଟ୍ସଆପ୍ ବ୍ଲକ୍ ଅନୁସାରେ, କିଛି ବିଜନେସ୍ ଆକାଂଟ୍ସକୁ ପ୍ରଥମରୁ ହ୍ୱାଟ୍ସଆପ୍ ଭାରିଫାଇଡ୍ କରିଥିଲା । ଭେରିଫାଇ କରାଯାଇଥିବା କଂପାନୀ ଓ ବିଜନେସ୍ ପ୍ରୋଫାଇଲରେ ଗ୍ରୀନ୍ ବ୍ୟାଜ୍ ଦେଖାଯିବ ।

ହ୍ୱାଟ୍ସଆପ୍ ଏହା ମଧ୍ୟ କହିଛି ଯେ, ବର୍ତ୍ତମାନ ପାଇଁ ହ୍ୱାଟ୍ସଆପ୍ ବିଜନେସ ପ୍ରୋଫଇଲ୍ ଭେରିଫିକେସନ ଲିମିଟେଡ୍ ୟୁଜର୍ସଙ୍କ ପାଇଁ ରହିଛି । ଯାହାଙ୍କୁ ପାଇଲଟ୍ ପ୍ରୋଜେକ୍ଟରେ ସାମିଲ ହୋଇଛନ୍ତି । ଭେରିଫାଇଡ୍ ପ୍ରୋଫାଇଲରେ ଖାସ୍ ଫିଚର୍ସ ମଧ୍ୟ ଯୋଡା ଯିବ , ଯେଉଁଥିରେ ଚାଟ୍ ଭିତରେ ୟଲୋ ମେସେଜ୍ ର ଅପସନ ମିଳିବ । ଚାଟ୍ ରୁ ଏହି ମେସେଜକୁ ଡିଲିଟ୍ କରାଯାଇପାରିବ ନାହିଁ । ଏହି ଫିଚର ଛଡା ଭାରତୀୟ ୟୁଜର୍ସ ପାଇଁ ବଡ ଫିଚର ମଧ୍ୟ ଆସିବାର ଅଛି । ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ୟୁପିଆଇ ଇଂଟିଗ୍ରେସନ ଫିଚର ଦେବ । ଯାହାଦ୍ୱାରା ଏହି ଆପ୍ ରୁ ଟଙ୍କା ବି ଟ୍ରାନ୍ସଫର କରାଯାଇପାରିବ ।