୨୩ ବର୍ଷରେ ୨୧ଥର ଯାଇଛନ୍ତି ଜେଲ୍ ! ଆଜି ସେ ଜଣେ ଲୋକପ୍ରିୟ ଥିଏଟର କଳାକାର ,ଅନେକଙ୍କର ପାଲଟିଛନ୍ତି ଆଦର୍ଶ

61

୧୫ ଅଗଷ୍ଟରେ ତିହାଡ଼ ଜେଲରେ କଏଦୀମାନଙ୍କ ଏକ ଥିଏଟର କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ଅଭିନୟ କରିଥିବା ମୁଖ୍ୟ କଳକାର ଅକରମ ଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ । ଅକରମଙ୍କୁ ଅନେକ ନିଜର ପ୍ରେରଣା ଓ ଆଦର୍ଶ ମାନନ୍ତି । ତାଙ୍କର ଅଭିିନୟକୁ ତାରିଫ କରନ୍ତି । କିଛି ବର୍ଷ ତଳେ ଅକରମ୍ ଜୀବନ ଥିଲା କିଛି ଅଲଗା । ସେ ପାଲଟି ଥିଲେ ଜଣେ ଖଳ ଚରିତ୍ର । କିଛି ଛୋଟ ବଡ କେସ୍ କରି ନିୟମିତ ଜେଲ ଯାଉଥିିଲେ । ହେଲେ ଗତ ୪ ବର୍ଷ ହେଲା ବଦଳିଯାଇଛିି ତାଙ୍କର ଜୀବନର ସଂଜ୍ଞା । ନିଜକୁ ସେ ନୂଆ ରୂପରେ ଆବିଷ୍କାର କରିଛନ୍ତି ଦୁନିଆ ଆଗରେ । ଦିନେ ଅନେକଙ୍କ ନଜରରେ ଖରାପ ସାଜିିଥିବା ଅକରମ ଏବେ ଜଣେ ଆଦର୍ଶ ବ୍ୟକ୍ତିତ୍ୱ । ଜେଲରେ ଜଣେ ଷ୍ଟାର ପରଫର୍ମର ରୂପେ ପରିଚିତ ହୋଇଛନ୍ତି । ସୂଚନା ଏହି ଯେ, ୨୩ ବର୍ଷରେ ସେ ପାଖାପାଖି ୨୧ ଥର ଜେଲ ଯାଇଛନ୍ତି । ଅନେକବାର ସେ ଚୋରି , ଛିନତାଇ ଓ କୁବ୍ୟବହାର ଆରୋପରେ ଜେଲ ଆସିଛନ୍ତି ।

ଅକରମ୍ ଆଜି ଜଣେ ଥିଏଟର ଗ୍ରୁପ୍ ଚଳାଉଛନ୍ତି । ଏହାସହ ଗରୀବ ପିଲାଙ୍କୁ ଆକ୍ଟିଂ କ୍ଲାସ ବି ଦେଉଛନ୍ତି । ସେମାନଙ୍କୁ ଶିଖାଉଛନ୍ତି ଅଭିନୟ । ନିଜ ସହ କାମ କରୁଥିବା ସହ କଳାକାରଙ୍କୁ ମଧ୍ୟ ମନମୁତାବକ ଟଙ୍କା ଦେଉଛନ୍ତି ଏବଂ ନିଜେ ମଧ୍ୟ ପ୍ରତି ନାଟକରେ ପାଖାପାଖି ୨୫ହଜାର ଟଙ୍କା କମାଇଥାନ୍ତି । ଏଥିପାଇଁ ସେ ତିହାଡ଼ ଜେଲର କଳା ଅଭିଯାନକୁ ଧନ୍ୟବାଦ ଦେବା ସହ କହିଛନ୍ତି , ଏହା ମୋର ଜୀବନର ଦିଗ ବଦଳାଇଦେଇଛି । ଜେଲର ଡାଇରେକ୍ଟର ଜେନେରାଲ୍ ସୁଧିର ଯାଦବ କୁହନ୍ତି, ଦେଶର ବିଭିନ୍ନ ଜିଲ୍ଲାରୁ ୧୦୦ କଏଦୀ ଏହି ପ୍ରୋଗ୍ରାମ ଜରିଆରେ ନିଜକୁ ସୁଧାରି ପାରିଛନ୍ତି ।

ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଏକ ପ୍ରୋଗ୍ରାମରେ କାର୍ଯ୍ୟକ୍ରମର ଆରମ୍ଭ କରାଯିବ । ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ଜେଲରୁ ମୁକ୍ତ ହୋଇସାରିଥିବା କଏଦୀ ନିଜର ପ୍ରତିଭା ଦେଖେଇବେ । ଏହାଛଡା ଦିଲ୍ଲୀ ହାଟ ଆଉଏନଏ,ଜନକପୁରୀ, ପିତମପୁରାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏମାନେ ନିଜର ଅଭିନୟର କମାଲ୍ ଦେଖେଇବେ । ହେଲେ ସବୁଠି ବେଶୀ ଚର୍ଚ୍ଚିତ ସାଜିଛନ୍ତି ଆକରମ ।  (ସୌଜନ୍ୟ  -ନବ ଭାରତ ଟାଇମ୍ସ)