ଭୋଡାଫୋନ୍ ଆଣିଲା ଆକର୍ଷଣୀୟ ଅଫର୍ ! ୨୪୪ଟଙ୍କାରେ ଅସୀମିତ ଭଏସ୍ କଲ ସହ ପ୍ରତିଦିନ ୧ଜିବି ଡାଟା

37

ଦିନକୁ ଦିନ ଟେଲିକମ୍ ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗୀତା ବଢିବାରେ ଲାଗିଛି । ଦର୍ଶକଙ୍କୁ ଲୋଭନୀୟ ଅଫର୍ ଦେଇ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗିଛନ୍ତି ଟେଲିକମ୍ କଂପାନୀମାନେ । ରିଲିଏନ୍ସ ଜିଓର ଧନ ଧନା ଧନ୍ ଅଫରକୁ ମାତ୍ ଦେବାପାଇଁ ଏବେ ଭୋଡାଫୋନ ବଜାରକୁ ନୂଆ ଅଫର ଛାଡିଛି । ଯାହାକି ୨୪୪ଟଙ୍କା ପ୍ଲାନରେ ଗ୍ରାହକ ୭୦ ଦିନର ଲାଭ ପାଇପାରିବେ ।

ଭୋଡାଫୋନର ନୂଆ ପ୍ଲାନ୍ ଅନୁସାରେ ଜଣେ ଗ୍ରାହକ ପ୍ରତିଦିନ ୧ଜିବି ( ୩ଜି/୪ଜି) ଡାଟା ପାଇପାରିବେ ଏବଂ ଏହା ସହ ଅନ୍ୟ ଭୋଡାଫୋନ୍ ୟୁଜରକୁ ଅସୀମିତ ଭଏସ୍ କଲ୍ କରିପାରିବେ । ଏହି ଅଫର ନୂଆ ଗ୍ରାହକମାନେ କେବଳ ପାଇପାରିବେ । ଏହି ଅଫର ସହ ଆଉ ଏକ ପ୍ଲାନ ହେଉଛି ଯେ ଏହି ଅଫରଟିର ସମୟ ସୀମା ୭୦ ଦିନ ରହିବ ଏବଂ ପ୍ରଥମ ରିଚାର୍ଜ କରୁଥିବା ୟୁଜରଙ୍କ ପାଇଁ ଉପଲବ୍ଧ । ଦ୍ୱିତୀୟ ରିଚାର୍ଜରେ ସେହି ଏକା ପରିମାଣରେ ଏହାର ସମୟ ସୀମା ୩୫ ଦିନକୁ ଖସିଯିବ ।

ଏହି ଟେଲିକମ୍ କଂପାନୀ ଆଉ ଏକ ପ୍ଲାନ୍ ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରିଛି । ଏହା ୩୪୬ଟଙ୍କାରେ ସମୟସୀମା ୫୬ ଦିନ । ଏହି ପ୍ଲାନରେ ୟୁଜର ଦିନକୁ ୧ଜିବି ଡାଟା ଅନୁସାରେ ୫୬ ଜିବି ପର୍ଯ୍ୟନ୍ତ ଡାଟା ପାଇପାରିବେ ଏବଂ ଏଥିରେ ଅନ୍ୟ ନେଟୱର୍କକୁ ଅସୀମିତ ଭଏସ୍ କଲା ୟୁଜର ପାଇପାରିବେ । ଭଏସ୍ କଲର ସମୟ ଅବଧି ଦିନକୁ ୩୦୦ ମିନିଟ୍ ଓ ସପ୍ତାହକୁ ୧୨୦୦ମିନିଟ୍ ।                         ( ସୈାଜନ୍ୟ – ମନି କଣ୍ଟ୍ରୋଲ୍ )