ଅଦ୍ଭୁତ ଆଶ୍ଚର୍ଯ୍ୟ ! ଜନ୍ମ ହେଉ ହେଉ ଚାଲିଲା ନବଜାତ ଶିଶୁ , ସୋସିଆଲ ମିଡିଆରେ ଭାଇରାଲ ଭିଡିଓ

38

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଶିଶୁଟିଏ ଜନ୍ମ ହେବାର ୯ରୁ ୧୦ ମାସ ପରେ ଚାଲିବା ଆରମ୍ଭ କରିଥାଏ । କିନ୍ତୁ ଭାଇରାଲ ଏ ଭିଡିଓରେ ଦେଖିବାକୁ ମିଳୁଛି ନବଜାତଟିକୁ ଯେତେବେଳେ ସେବିକା ନିଜର ହାତରେ ଉଠାଉଛନ୍ତି ସେ ଚାଲିବାକୁ ଆରମ୍ଭ କରୁଛି । ଭିଡିଓରେ ସେବିକା ଶିଶୁୁଟିକୁ ଚଲାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଶିଶୁଟି ସେବିକାଙ୍କ ସାହାରାରେ ନିଜର କୁନି ପାଦରେ ଚାଲୁଛି । ଏହା କୈାଣସି ଅସମ୍ଭବ ଠାରୁ କମ୍ ନୁହେଁ । ଏହି ଭିଡିଓକୁ ଏବେସୁଦ୍ଧା ୫କୋଟି ଲୋକ ଦେଖିସାରିଲେଣି ଏବଂ ୧୩ଲକ୍ଷ ଲୋକ ସେୟାର ମଧ୍ୟ କରିଛନ୍ତି । ଏହି ଭାଇରାଲ ଭିଡିଓକୁ ଫେସବୁକରେ ୨୫ ମେ’ ରେ ବ୍ରାଜିଲରୁ ଅପଲୋଡ୍ ହୋଇଛି ।

( ଏହି ଭିଡିଓର ସତ୍ୟତାକୁ ନେଇ ଅନେକ ଦ୍ୱନ୍ଦ ରହିଛି । କନକ ନ୍ୟୁଜ ଏହି ଭାଇରାଲ ଭିଡିଓର ସତ୍ୟତାକୁ ନେଇ କୈାଣସି ଗ୍ୟାରେଣ୍ଟି ଦେଉନାହିଁ )

ଦେଖନ୍ତୁ ଏହି ଭିଡିଓକୁ କେମିତି ନବଜାତଟି ଚାଲୁଛି –