କାମର ମଜା ନେଉଛନ୍ତି କର୍ମଚାରୀ, ନୃତ୍ୟ କରି ବିମାନକୁ ଦେଉଛନ୍ତି ସିଗନାଲ୍ ! ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍

31

ସୋସିଆଲ୍ ମିଡିଆରେ ଆଜିକାଲି ପ୍ରତିଦିନ କିଛି ନା କିଛି ଟ୍ରେଣ୍ଡ ହେଉଥିବାର ନଜର ଆସୁଥିବ । କେତେବେଳେ କାହାର ଭିଡିଓ ତ କେତେବେଳେ କାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଆମ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ସାଜିଛି । ନ୍ୟୁ ୟର୍କର ଗ୍ରେଟ୍ ରୋଚେଷ୍ଟର ଇଂଟରନ୍ୟାସନ୍ୟାଲ୍ ଏୟାରପୋର୍ଟରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମଜାଦାର କାର୍ଯ୍ୟକୁ ନେଇ ଚର୍ଚ୍ଚା ।

କିରଣ ଏସଫୋର୍ଡ ନାମର ଏହି କର୍ମଚାରୀ ଏୟାରପୋର୍ଟରେ ଲାଣ୍ଡିଂ କରୁଥିବା ବିମାନକୁ ସିଗନାଲ୍ ଦେବାର କାମ କରନ୍ତି । ମଜାର କଥା ଏହି ଯେ ସିଗନାଲ୍ ଦେଖାଇବାକୁ ସେ ଏକ ଭିନ୍ନ ଉପାୟ ବାଛିଛନ୍ତି । ଏହାସହ ସେ ନୃତ୍ୟ କରିଥାନ୍ତି । ଯାହା ଏକ ମଜାଦାର ସାଜିଛି ଲୋକଙ୍କ ପାଇଁ । ସିଗନାଲ କାମକୁ ଏକ ଅଲଗା ଅନ୍ଦାଜରେ ସେ କରୁଛନ୍ତି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ନିଜେ କାମର ମଜା ନେବା ସହ । ଲୋକଙ୍କୁ ବି ଉତ୍ସାହିତ କରୁଛନ୍ତି । କିରଣ ବିମାନରେ ଚଢୁଥିବା ଲୋକଙ୍କୁ ନିଜର ଅନ୍ଦାଜରେ ଡ୍ୟାନ୍ସ କରି ଇନଷ୍ଟ୍ରକସନ ଦେଇଥାନ୍ତି । କିରଣ କହିଛନ୍ତି ସେ ଗତ ୫ ବର୍ଷ ହେଲା ଏମିତି କରିଆସୁଛନ୍ତି । ଆଉ ଏହି ନୃତ ସହ ବିମାନକୁ ସିଗନାଲ ଦେବାରେ ସେ କାମକୁ ଖୁବ୍ ଉପଭୋଗ କରନ୍ତି ବୋଲି କହନ୍ତି ।

ଏବିସି ନ୍ୟୁଜ୍ ର ଏକ ଖବର ଅନୁସାରେ , ବିମାନବନ୍ଦରରେ ବିମାନର ଲ୍ୟାଣ୍ଡିଂ ହେବା ବା ବିମାନ ଟେକଅପ୍ ହେବାବେଳେ ସେ ନୃତ୍ୟ ସହ ସିଗନାଲ ଦେଖାଇଥାନ୍ତି । କିରଣଙ୍କର ଏହି ଭିଡିଓ ଆମେରିକା ମ୍ୟୁଜିକ୍ ଆର୍ଟିଷ୍ଟ ଟେରୀ ମ୍ୟାକବ୍ରାଇଡ୍ ଫେସବୁକରେ ପୋଷ୍ଟ କରିଛନ୍ତି । ଯାହାକୁ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି । ଏବଂ ସେୟାର କରିଛନ୍ତି । ଏହି ଭିଡିଓ ଖୁବ୍ ଭାଇରାଲଦ ହୋଇଛି ।
( ସୌଜନ୍ୟ- ନବଭାରତ ଟାଇମ୍ସ)