ସୋସିଆଲ ମିଡିଆରେ ମହିଳାଙ୍କ ଦ୍ୱାରା ହାସଟାଗ୍ ସହ ‘ମି ଠୁ’ କାହିିଁକି ଲେଖାଯାଉଛି? ଜାଣନ୍ତି କି ଏହି କ୍ୟାମ୍ପେନର କାରଣ

38

ଗତ କିଛି ଦିନ ହେଲା ଟ୍ୱିଟରରେ ମହିଳାମାନେ ହାସଟାଗ୍ ବ୍ୟବହାର କରିବାରେ ଦେଖିଥିବେ । ଆପଣଙ୍କ ମନରେ ଏହାର କାରଣ କଣ ,

ଜାଣିବାକୁ ଆଗ୍ରହ ହୋଇଥିବ । ଏହି ପ୍ରଶ୍ନ ମଧ୍ୟ ମନରେ ଉଠୁଥିବ ବାସ୍ତବିକ୍ ‘ହାସଟାଗ୍ ମି ଠୁ’   କ୍ୟାମ୍ପେନର ଅର୍ଥ କଣ ?

ପ୍ରକୃତରେ ହଲିଉଡ୍ ରେ ଏବେ ନିର୍ମାତା-ନିର୍ଦ୍ଦେଶକ ହାର୍ଭି ୱେନଷ୍ଟେନଙ୍କ ସହ ଜଡିତ ଯୌନ ଶୋଷଣ ମାମଲା ଏତେ ଖୁବ୍ ଚର୍ଚ୍ଚାରେ । ଏହା ବିରୁଦ୍ଧରେ ଆମେରିକୀୟ ଅଭିନେତ୍ରୀ ଏଲିସା ମିଲାନୋ ଏକ କ୍ୟାମ୍ପନ୍ ଚଳାଇଛନ୍ତି । ଯାହା ଦେଖୁ ଦେଖୁ ଦୁନିଆ ସାରା ଲୋକପ୍ରିୟ ପାଲଟିଯାଇଛି । ଗତ କିଛି ସମୟ ଧରି ଏହା ଟ୍ୱିଟର ଓ ଫେସବୁକରେ ଖୁବ୍ ସେୟାର ହେବାର ଦେଖାଯାଇଛି । ଫେସବୁକ୍ ରେ ମହିଳମାନଙ୍କ ଦ୍ୱାରା ଏକ ମେସେଜ୍ ‘ହାସଟାଗ୍ ମି ଠୁ’ ସହ କପି-ପେଷ୍ଟ କରିବାକୁ କୁହାଯାଉଛି । ଏହି ମେସେଜରେ ପୁରୁଷଙ୍କ ଦ୍ୱାରା ମହିଳାଙ୍କ ବିରୁଦ୍ଧରେ ହେଉଥିିବା ଅପରାଧ ମାମଲା ପାଇଁ ଏକ ଶକ୍ତ ପଦକ୍ଷେପ ଅଟେ ।

ସୋସିଆଲ୍ ମିଡିଆ ବିଶେଷକରି, ଭାରତରେ ଯେଉଁ ଭଳି ଭାବେ ଏହାକୁ ଲୋକପ୍ରିୟ ମିଳିଚାଲିଛି । ଏହା ଖୁବ୍ ଆଶ୍ଚର୍ଯ୍ୟକର ସାବ୍ୟସ୍ତ ହୋଇଛି । ଅନେକ ମହିଳାମାନେ ଏହି ମେସେଜକୁ ନିଜର ଫେସବୁକ୍ – ଟ୍ୱିଟରରେ ସେୟାର କରିଛନ୍ତି । ଏବଂ ଏହି କ୍ୟାମ୍ପନର ଅଂଶବିଶେଷ ହୋଇଛନ୍ତି । ଏହା ସଂପୂର୍ଣ୍ଣ ରୂପେ ବୁଝାପଡୁଛି ଯେ, ଏହି ମେସେଜ୍ ର ଯାହା ଉଦ୍ଦେଶ୍ୟ ଥିଲା , ତାହା ପୁରା ହୋଇଛି । ଲୋକମାନେ ଭାବିବାବୁ ବାଧ୍ୟ ହୋଇଛନ୍ତି ଯେ, ଆମର ଆଖପାଖରେ ରହୁଥିବା , ଆମର ସହ କାମ କରୁଥିବା ଓ ସାଥିରେ ପଢୁଥିବା ମହିଳା- ଯୁବତୀଙ୍କର ମଧ୍ୟ ଯୌନ ଶୋଷଣ ଓ ଉତ୍ପୀଡନ ଭଳି ଘଟଣାର ଶିକାର ହେଉଛନ୍ତି । ଏହା ଦ୍ୱାରା ଅନୁମାନ କରିପାରିବେ କି ପୁରୁଷଙ୍କ ଦ୍ୱାରା ମହିଳାଙ୍କ ବିରୁଦ୍ଧରେ ହେଉଥିବା ଅପରାଧମୂଳକ ଏହି ସମସ୍ୟା କେତେ ବଡ ଅଟେ ।

( ସୌଜନ୍ୟ-ନବଭାରତ ଟାଇମ୍ସ)