ଆଉ ନାହାଁନ୍ତି ବିନୋଦ ଖାନ୍ନା !

54

vinod-khanna-1ପ୍ରସିଦ୍ଧ ବଲିଉଡ୍ ଅଭିନେତା ବିନୋଦ ଖାନ୍ନାଙ୍କର ଦେହାନ୍ତ ହୋଇଛି । ୭୦ ବର୍ଷୀୟ ଖାନ୍ନା ଥିଲେ କର୍କତ ପୀଡିତ । ଅନେକ ଦିନ ଧରି ଅସୁସ୍ଥ ଥିବାର ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ମୃତ୍ୟୁ ଖବର ଖବର ପଚାରିତ ହେବା କ୍ଷଣି ସବୁଆଡେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ , ମୁମ୍ବାଇର ରିଲାୟନ୍ସ ଫାଉଣ୍ଡେସନ ହସ୍ପିଟାଲରେ ପରଲୋକ ଘଟିଛି ଅଭିନେତା ବିନୋଦ ଖାନ୍ନାଙ୍କର । ୩୧ ମାର୍ଚ୍ଚରେ ମୁମ୍ବାଇସ୍ଥିତ ରିଲିୟାନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଚିକିତ୍ସା ପାଇଁ ଭତ୍ତି କରାଯାଇଥିଲା । ପଂଜାବର ଗୁରୁଦାସପୁରରୁ ବିଜେପି ସାଂସଦ ଥିଲେ ବିନୋଦ ଖାନ୍ନା । ଅଭିନେତାରୁ ବନିଥିଲେ ସାଂସଦ । ଅଭିନୟ ପରେ ରାଜନୀତିରେ ଥିଲେ ସକ୍ରିୟ । ବିନୋଦ ଖାନ୍ନାଙ୍କର ଦୁଇ ପୁଅ ଅକ୍ଷୟ ଖାନ୍ନା ଓ ରାହୁଲ୍ ଖାନ୍ନା । ସେମାନେ ବଲିଉଡରେ ଏବେ ସକ୍ରିୟ ଅଛନ୍ତି ।

vinod bବିନୋଦ ଖାନ୍ନା ସେ ସମୟରେ ସବୁଠୁ ହାଣ୍ଡସମ ଅଭିନେତା ଭାବେ ଗଣା ଯାଉଥିଲେ । ୧୯୪୬ରେ ପାକିସ୍ତାନର ପେଶୱାରରେ ଜନ୍ମ ହୋଇଥିଲେ । ୧୯୬୮ରେ ସୁନିଲ ଦତ୍ତଙ୍କ ଫିଲ୍ମ ‘ମନ୍ କି ବାତ୍ ’ରେ ପ୍ରଥମେ ଅଭିନୟ ଜଗତରେ ପାଦ ଦେଇଥିଲେ । କ୍ୟାରିୟର ଆରମ୍ଭରେ ଖଳନାୟକର ଭୂମିକା କରିଥିଲେ । ବିନୋଦଙ୍କ ଫିଲ୍ମ ମେରେ ଅପନେ, ମେରା ଗାଓଁ ମେରା ଦେଶ , ଇତିହାସ , ଇନକାର ,ଅମର ଅକବର ଅନ୍ଥାନି , ଲହୁ କେ ଦୋ ରଙ୍ଗ , କୁର୍ବାନୀ ,ଦୟାବାନଜୁର୍ମ ଆଦି ଫିଲ୍ମ ଅଭୁଲନୀୟ । ଏହି ଫିଲ୍ମ ଗୁଡିକରେ ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକଙ୍କର ଖୁବ୍ ଲୋକପ୍ରିୟ ହୋଇଥିଲେ ବିନୋଦ ଖାନ୍ନା । ତାଙ୍କର ଶେଷ ଫିଲ୍ମ ଥିଲା ୨୦୧୫ରେ ଶାହାରୁଖ ଖାନ୍ନାଙ୍କ ସହ ‘ ଦିଲୱାଲେ ’ ।