ନିଖୋଜ ମହିଳାଙ୍କ ମିଳିଲା ପତ୍ତା : କୁକୁର ଭଳି ବନ୍ଧା ହୋଇଥିଲେ ଏକ ସିପିଙ୍ଗ୍ କଂଟେନରରେ

26

7ଜଣେ ମହିଳା ଅଗଷ୍ଟ ମାସରୁ ନିଖୋଜ ହୋଇଥିବା ବେଳେ କାଙ୍କୁ ଗୁରୁବାର ଦିନ ପୁଲିସ ଉଦ୍ଧାର କରିଛି । ସାଉଥ କାରୋଲିନା ଅଂଚଳରେ ୨ ମାସ ଧରି କୁକୁର ଭଳି ମହିଳା ଜଣକ ବନ୍ଧା ହୋଇଥିଲେ ବୋଲି ଜଣା ପଡିଛି । ମହିଳା ଜଣକ ହେଉଛନ୍ତି ୩୦ବର୍ଷୀୟ କାଲା ବ୍ରାଉନ ।

ଟୋଡ କଲ୍ଲେପ ନାମକ ଜଣେ ଯୈାନ ଅପରାଧୀଙ୍କୁ ଖୋଜିବା ପାଇଁ ପୁଲିସ ସଂପୃକ୍ତ ସ୍ଥାନରେ ପହଂଚିଥିଲା । କିନ୍ତୁ ସେଠାରେ ଥିବା ଏକ ସିପିଙ୍ଗ୍ ମେଟାଲ କଂଟେନରରୁ କିଛି ଶଦ୍ଦ ଶୁଣିବାକୁ ପାଇଥିଲେ । ସେହି ପ୍ୟାଡଲକ୍ ମେଟାଲ କଂଟେନରକୁ ଖୋଲି ଦେଖିବାକୁ ପାଇଥିଲେ କାଲାଙ୍କୁ । କୁକୁରକୁ ବାନ୍ଧିଲା ଭଳି ତାଙ୍କ ବେକରେ ବନ୍ଧା ହୋଇଥିଲା ଏକ ଚେନ୍ ।

୨ ମାସ ଧରି ସେ ସିପିଙ୍ଗ କଂଟେନରରେ ବନ୍ଧା ହେବା ସହ ସାହାଯ୍ୟ କର ବୋଲି ସେ ଚିତ୍କାର କରୁଥିଲେ । ତାଙ୍କର ପୁରୁଷ ବନ୍ଧୁ ମଧ୍ୟ ଅଗଷ୍ଟ ମାସରୁ ନିଖୋଜ ଅଛନ୍ତି ବୋଲି ଜଣାପଡିଛି । ତାଙ୍କର ଏପରି ଅବସ୍ଥା ପାଇଁ ଦାୟୀ କିଏ ବୋଲି କିଛି ଜଣା ପଡିନାହିଁ ।

                                                           ସୈାଜନ୍ୟ : ଟାଇମ୍ସ ଅଫ୍ ଇଣ୍ଡିଆ