ନିଜ ପାଇଁ ନୁହେଁ ଅନ୍ୟର ଚାହିଁଛନ୍ତି ଉପକାର ! ନୋଏଡାର ସ୍କୁଲ ଛାତ୍ରୀଙ୍କୁ ପୁଲିସ୍ କଲା ସଲାମ

45

ନୋଏଡା : ନୋଏଡାର ଜଣେ ସ୍କୁଲ୍ ଛାତ୍ରୀ କରିଛନ୍ତି ମହତ କାର୍ଯ୍ୟ । ଯାହାକୁ ନେଇ ଚାରିଆଡୁ ତାଙ୍କୁ ମିଳିଛି ପ୍ରଶଂସା । ସ୍ନେହା ନାମକ ଏହି ସ୍କୁଲ ଛାତ୍ରୀ ଏକୁଟିଆ ସଡକରେ ଲୋକଙ୍କୁ ବୁଝାଉଛନ୍ତି ଟ୍ରାଫିକ୍ ନିୟମ । ଆଉ ଏଥିନେଇ ଏକ ଅଭିଯାନ ଆରମ୍ଭ କରିଛନ୍ତିି ।

ଏବେ ସ୍ନେହାଙ୍କୁ ଗାଡି ଚଳାଇବାକୁ ଲାଇସେନ୍ସ ପାଇବାର ବୟସ ହୋଇନାହିଁ । ହେଲେ ସେ ଏଥିରେ ଲୋକଙ୍କୁ କରୁଛନ୍ତି ସଚେତନ । ସଡକ ଉପରେ ଲୋକଙ୍କୁ ସେଫ୍ଟି ଓ ଡ୍ରାଇଭିଂ ନିୟମ ବିଷୟରେ ଜଣାଇବାର ଅଭିଯାନ ଆରମ୍ଭ କରିଛନ୍ତି । ସ୍ନେହାଙ୍କ ଏହି କ୍ୟାମ୍ପେନକୁ ନେଇ ଉତ୍ତର ପ୍ରଦେଶ ପୁଲିସ୍ ତାଙ୍କ ସାହସ ଓ ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ସ୍ନେହାଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା ତାଙ୍କ ପରିବାର ୟୁଏସ୍ ରୁ ଆସି ଭାରତରେ ରହିଥିଲେ । ସେତେବେଳେ ସେ ଦେଖିଥିଲେ ଲୋକମାନେ କେମିତି ସଡକ ଉପରେ ବେପରୁଆ ଭାବେ ଗାଡି ଚଳାଉଛନ୍ତି । ଏବଂ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହା ତାଙ୍କୁ ଦୁଃଖ ଦେଇଥିଲା । ଏହାପରେ ସ୍ନେହା ସ୍ଥିର କଲେ ଲୋକଙ୍କୁ ଯାଇ ଏ ବିଷୟରେ ସଚେତନ କରାଇବେ । ଗାଡି ଚଳାଇବା ବେଳେ ସାବଧାନ ରହିବେ । ଛୋଟ ପିଲା ହେଲେ ବି ସ୍ନେହାଙ୍କର ଏଭଳି ମହତ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।