ବୁର୍ଖା ଅଟକାଉଛି ଭିଟାମିନ୍–ଡି ! ୟୁକେ ସ୍ୱତନ୍ତ୍ରତା ଦଳ ଲଗାଇବ ବ୍ୟାନ୍

28

ଲଣ୍ଡନ : ମହିଳାମାନେ ଆଉ ମୁହଁକୁ ବୁର୍ଖା ଆଢୁଆଳରେ ରଖିବେ ନାହିଁ । ୟୁକେ ସ୍ୱତନ୍ତ୍ରତା ପାର୍ଟି ରୋକ୍ ଲଗାଇବ ବୁର୍ଖାରେ । ଏହା ସହ ଏହି ପାର୍ଟି ଏକ ବିନ୍ଦୁ- ଆଧାରିତ ଇମ୍ରିଗେସନ ପ୍ରଣାଳୀ ଅନୁସାରେ ଏକ ‘ସାମାଜିକ ବ୍ୟବହାର’ ପରୀକ୍ଷଣ କରିବାକୁ କଥା ଦେଇଛି ।

ସୂଚନା ଅନୁସାରେ ୟୁକେ ସ୍ୱତନ୍ତ୍ରତା ପାର୍ଟି( ୟୁକେଆଇପି) ନିଜର ସାଧାରଣ ନିର୍ବାଚନ ପତ୍ରରେ ଏହା ଘୋଷଣା କରିଛନ୍ତି । ସାର୍ବଜନୀନ ସ୍ଥାନରେ ବୁର୍ଖା କିମ୍ବା ପୂରା ମୁହଁକୁ ଢାଙ୍କି ଉପରେ ପ୍ରତିବନ୍ଧକ ଲଗାଯିବ । କାରଣ ଏହା ସୂର୍ଯ୍ୟ କିରଣରୁ ଆସୁଥିବା ଆବଶ୍ୟକୀୟ ଭିଟାମିନ-ଡି କୁ ରୋକିଥାଏ । ଶରୀରକୁ ପ୍ରବେଶ କରିପାରେ ନାହିଁ । ଅନ୍ୟ ପଟେ ଏହି ବୁର୍ଖା ହଟାଇବା ଦ୍ୱାରା ମହିଳାମାନେ ସାର୍ବଜନୀନ ସ୍ଥାନରେ ଓ କାର୍ଯ୍ୟସ୍ଥଳୀରେ ପୂର୍ଣ୍ଣ ସ୍ୱାଧିନତା ପାଇପାରିବେ ।

(ସୈାଜନ୍ୟ- ଟାଇମ୍ସ ଅଫ୍ ଇଣ୍ଡିଆ)