ସ୍କୁଲ ଡ୍ରପଆଉଟ୍ ଛାତ୍ର ପଢାଉଛନ୍ତି ସାଇବର ସୁରକ୍ଷା ପାଠ! ସାଜିଛନ୍ତି ଅନେକ ସଂସ୍ଥାର ମାର୍ଗଦର୍ଶକ

68

trishneet-2ବୟସ ୨୩ ବର୍ଷ । ଅଧାରୁ ବନ୍ଦ ହୋଇଛି ସ୍କୁଲ ପାଠ । ହେଲେ ତାଙ୍କର ବିଚକ୍ଷଣ ବୁଦ୍ଧି । ଯାହା ଆଜି ତାଙ୍କୁ ଦେଇଛି ଭିନ୍ନ ପରିଚୟ । ସେ ହେଲେ ତ୍ରିଷ୍ନିତ ଆରୋରା । ଉଚ୍ଚଶିକ୍ଷାର ଡିଗ୍ରୀ ନାହିଁ ପାଖରେ । ହେଲେ ଏବେ ସେ ଚଳାଉଛନ୍ତି ଏକ ବଡ ସଂସ୍ଥା । ତାଙ୍କ ସଂସ୍ଥାର ସେବା ନେଉଛନ୍ତି ଦେଶର ବଡ ବଡ କଂପାନୀ ଓ ସଂସ୍ଥା । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ,ସିବିଆଇ ,ଗୁଜୁରାଟ ଓ ପଂଜାବ ପୁଲିସ୍ ସୋନାଲିକା ଟ୍ରାକ୍ଟର କଂପାନୀ ଓ ଆଭନ ସାଇକେଲ ଆଦି ସଂସ୍ଥା ତ୍ରିଷ୍ନିତଙ୍କ ଉପରେ ନିର୍ଭରଶୀଳ । ତାଙ୍କ ଦ୍ୱାରା ଗଠିତ ଟିଏସି ସିକ୍ୟୁରିଟି ସଲ୍ୟୁସନ୍ସର ସହଯୋଗ ବିନା ଏହି ବଡ ବଡ କଂପାନୀ ଗୁଡିକ ଦିନଟିଏ ମଧ୍ୟ ଚଳାଇପାରିବେ ନାହିଁ ।

hacker-trishneet-aroraଏବେ ତ୍ରିଷ୍ନିତ ଆରୋରା ସାଇବର ଅପରାଧ ଓ ଅନଲାଇନ ଲେଣଦେଣର ସୁରକ୍ଷା ନେଇ ତାଲିମ ଦେବାରେ ମାହରି ପାଲଟିଯାଇଛନ୍ତି । କେଉଁବାଟରୁ ସାଇବର ଆକ୍ରମଣ ସମ୍ଭାବନା ରହିଛି । ତାହାକୁ ଚିହ୍ନଟ କରି ସମାଧାନର ବାଟ ବତାଉଛି ତ୍ରିଷ୍ନିତଙ୍କ ସଂସ୍ଥା ।

୧୧ ବର୍ଷ ବୟସରେ ତ୍ରିଷ୍ନିତ ଜୀବନରେ ଆସିଲା ଟର୍ଣ୍ଣିଂ ପଏଣ୍ଟ । ଅଷ୍ଟମ ଶ୍ରେଣୀରେ ଫେଲ ହେବା ପରେ କଂପୁଟର ମୋହରେ ପଡିଗଲେ ସେ । ସାଇବର ଦୁନିଆ ସହ ପରିଚିତ ହେଲେ । ପାଗଳ ପ୍ରାୟ ୱେବ ଦୁନିଆରେ ହଜିଗଲେ । ଏଥିରେ ତାଙ୍କର ଦକ୍ଷତା ଏତେ ବଢିଗଲା ଯେ ପଂଜାବ ,ଗୁଜୁରାଟ ,ମହାରାଷ୍ଟ୍ରର ବିଭିନ୍ନ କଲେଜ ଓ ସରକାରୀ ସଂସ୍ଥାରେ ଆଇଟି ପ୍ରଫେସନାଲ ମାନଙ୍କୁ ସାଇବର ଅପରାଧ ବାବଦରେ ତାଲିମ ଦେଲେ । ମାତ୍ର ୧୯ ବର୍ଷ ବୟସରେ ୨୦୧୩ରେ ତ୍ରିଷ୍ନିତ ଏକ ଛୋଟିଏ ଘରେ ସ୍ଥାପନ କଲେ ନିଜର ଏକ ଟିଏସ ସିକ୍ୟୁରିଟି ସଂସ୍ଥା । ଏହାପରେ ଏ ଶାଖା ବଢିବାକୁ ଲାଗିଲା । ଏହି ସଂସ୍ଥା ଅନେକ ସଂସ୍ଥା ଓ କଂପାନୀଙ୍କ ଦେଲା ସାଇବର ଅପରାଧ ଦିଗରେ ସୁରକ୍ଷା ।

ତ୍ରିଷ୍ନିତ ଅରୋରା ଆଜି ଜଣେ ଚର୍ଚ୍ଚି ନାଁ । ପାଠ କମ୍ । ହେଲେ ସେ ଖୁବ୍ ବଡ ବଡ ପାଠୁଆଙ୍କୁ ପଢାଉଛନ୍ତି । ସାଇବର ସୁରକ୍ଷା ଉପରେ ଲେଖିଛନ୍ତି ଅନେକ ବହି । ଇତି ମଧ୍ୟରେ ଦୂରନ୍ତ ପାଠ୍ୟକ୍ରମ ଦ୍ୱାରା ଦଶମ ଶ୍ରେଣୀ ପାସ୍ କରିଛନ୍ତି ତ୍ରିଷ୍ନିତ । ତାଙ୍କର ‘ଦ ହ୍ୟାଙ୍କିଂ ଇରା’ଖୁବ୍ ଲୋକପ୍ରିୟତା ପାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –