ଅଦ୍ଭୁତ ତ୍ୱଚା ରୋଗ : ୧୦ବର୍ଷୀୟ ବାଳିକାର ମୁହଁ ଓ କାନରେ ଉଠୁଛି ଗଛର ଶାଖା !

53

ବାଙ୍ଗଲାଦେଶ : ଏବେ ଚର୍ଚ୍ଚାର ପରିଧିରେ ଜଣେ ବାଳିକା । ବାଙ୍ଗଲାଦେଶର ଏହି ବାଳିକାକୁ ଏବେ ‘ଟ୍ରି ୱିମେନ’ କୁହାଯାଉଛି । ୧୦ ବର୍ଷର ଶହାନା ଖାତୁମ୍ ନାମ୍ନୀ ଏହି ବାଳିକାର ମୁହଁ ଓ କାନରେ ଗଛର ଶାଖା ଭଳି କିଛି ଅସ୍ୱାଭାବିକ ଜିନିଷ ଉଠିବାରେ ଲାଗିଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । କିନ୍ତୁ ଡାକ୍ତରଙ୍କ କହିବାନୁସାରେ ଏହି ବାଳିକା ‘ଟ୍ରି ୱିମେନ’ ସିଣ୍ଡ୍ରୋମ ନାମକ ଏକ ତ୍ୱଚା ବିକାର ରୋଗରେ ପୀଡିତ ।

ଡାକ୍ତରଙ୍କ ସୂଚନା ଅନୁସାରେ ସାରା ବିଶ୍ୱରେ ୬ରୁ କମ୍ ଲୋକ ଥାନ୍ତି , ଯିଏ ଏହି ରୋଗର ଶିକାର ହୋଇଥାନ୍ତି । କିନ୍ତୁ ଆଜି ସୁଦ୍ଧା କୈାଣସି ମହିଳା ଏହି ରୋଗରେ ପୀଡିତ ନଥିଲେ । ଶହାନା ପ୍ରଥମ ଝିଅ ଭାବେ ଏହି ରୋଗରେ ଶିକାର ବୋଲି ଡାକ୍ତର କହୁଛନ୍ତି । ଶହାନାଙ୍କ ପିତା ମହମ୍ମଦ ଶାହଜହାଁ ଉତ୍ତର ବାଙ୍ଗଲାଦେଶର ଏକ ଗାଁରେ କାମ କରି ଚଳନ୍ତି । ୪ମାସ ତଳେ ହଠାତ୍ ଶହାନାର ମୁହଁ ଓ କାନରେ କିଛି ଜିନିଷ ଉଠିଥିଲା ।  ସେତେବେଳେ ସେ ଶହାନାର ବାପା ଏହାକୁ ବେଶୀ ଗୁରୁତ୍ୱ ଦେଇନଥିଲେ । ପରେ ଯେତେବେଳେ ଏହା ବଢିବାକୁ ଲାଗିଲା ,ଚିକିତ୍ସା ପାଇଁ ଢାକା ନେଇ ଆସିଥିଲେ । ଶହାନାର ବାପା ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି ତାଙ୍କ ଝିଅ ଭ଼ଲ ହୋଇ ସୁନ୍ଦର ରୂପ ପାଇବ । ଟେକ୍ ଟାଇମ୍ସ ଡଟ୍ କମରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।