ମଣିଷ ସାଜିଲା ଗଛ

90

tree manପୋର୍ଟଲ୍ୟାଣ୍ଡ ପ୍ରେସ୍ ହେରାଲ୍ଡରେ ପ୍ରକାଶିତ ହୋଇଛି ଏକ ଆଶ୍ଚର୍ଯ୍ୟକର ଖବର । ଜଣେ ବ୍ୟକ୍ତିର ଅଜବ ହରକତରେ ପୁଲିସ ନାକେଦମ ହୋଇଯାଇଛି । ନିଜକୁ ଗଛ ପରି ସଜେଇ ନିର୍ଜୀବ ପରି ଅଭିନୟ କରୁଥିବାର ଆମେରିକାର ପୋର୍ଟଲ୍ୟାଣ୍ଡ ଷ୍ଟ୍ରିଟରେ ଦେଖିବାକୁ ମିଳିଥିଲା । ପବ୍ଲିକ୍ ରାସ୍ତାରେ କରୁଥିଲେ ଟ୍ରାଫିକ୍ ଜାମ୍ । ପୁଲିସର ଅନେକ ବାରଣ ସତ୍ୱେ ବି ସେ ବ୍ୟକ୍ତି ମାନିନଥିଲେ। ଯେଉଁଥି ପାଇଁ ସେହି ମଣିଷଗଛ ସାଜି ଥିବା ବ୍ୟକ୍ତିକୁ ଗିରଫ କରିଛି ପୁଲିସ ।

8ଘଟଣା ଏମିତି ଥିଲା ଉଡୱର୍ଥ ନାମକ ଆମେରିକାର ଏହି ବ୍ୟକ୍ତି ଗଛର ସାଜି ଧିର ଗତିରେ ରାସ୍ତା ଅତିକ୍ରମ କରୁଥିଲେ । ସେ ନିଜର ନାଁ ଅନୁସାରେ ଏମିତି କରୁଛନ୍ତି ବୋଲି କହିଛନ୍ତି । ପୁଲିସ ସେହି ବ୍ୟକ୍ତକୁ ଗିରଫ କରି ଚେତାବନୀ ଦେଇଥିଲେ ଏମିତି ନକରିବାକୁ । ହେଲେ ଉଡୱର୍ଥ ଗଛ ପରି ଅଭିନୟ କରି ପୁଲିସ କଥାକୁ ଅଣଦେଖା କରିଥିଲେ ଏବଂ ବହୁତ ଧିମାଗତିରେ ଚାଲି ରାସ୍ତା କ୍ରସ କରୁଥିଲେ ।

ଗଛ ସାଜିଥିବା ଏହି ବ୍ୟକ୍ତି ଉଡୱର୍ଥ କହିଛନ୍ତି ସେ ଏମିତି କରି ନିଜର ପରଫରମାନ୍ସ ବିଷୟରେ ଜାଣିବାକୁ ଚାହୁଁଥିଲେ ଏବଂ ଏପରି ନାଚ୍ୟୁରାଲ କୋରିଓଗ୍ରାଫି କରି ଲୋକଙ୍କୁ ପ୍ରଭାବିତ କରୁଥିଲେ ।

ଦେଖନ୍ତୁ ଏହି ଭିଡିଓ –