ପୁରୁଷ ହୋଇ ବି ଗର୍ଭବତୀ ! ଚର୍ଚ୍ଚାରେ ଏହି ସମଲିଙ୍ଗି ଦମ୍ପତ୍ତି

36

ଆମେରିକା : ବିବାହ ପରେ ମହିଳାମାନେ ଗର୍ଭବତୀ ହେବା ଆମେ ଜାଣିଛେ ହେଲେ କୈାଣସି ପୁରୁଷ ଗର୍ଭବତୀ ଧାରଣ କରିବା କେବେ କେହି ଭାବି ନଥିବେ କି ବିଶ୍ୱାସ ବି କରିନଥିବେ । ହେଲେ ଏମିତି ଏକ ଘଟଣା ଘଟିଛି ଆମେରିକାର ଓରେଗନରେ । ଜଣେ ପୁରୁଷ ପ୍ରଥମଥର ପାଇଁ ନୁହେଁ , ଦ୍ୱିତୀୟ ଥର ପାଇଁ ଗର୍ଭଧାରଣ କରିଛନ୍ତି । ଆଉ ଏକ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଡେଲି ମେଲରେ ପ୍ରକାଶିତ ଏ ଖବର ଖୁବ୍ ଚର୍ଚ୍ଚାରେ ।

ପ୍ରକାଶିତ ସୂଚନା ଅନୁସାରେ , ଟ୍ରିଷ୍ଟନ ରିସ୍ ଓ ବିଫ୍ ଚାଲୋଁନ୍ ନାମକ ଏହି ସମଲିଙ୍ଗି ଅଭିଭାବକଙ୍କ ପାଇଁ ଏହା ଏକ ଖୁସି ଖବର । କାରଣ ଟ୍ରିଷ୍ଟନ୍ ଦ୍ୱିତୀୟ ଥର ପାଇଁ ଗର୍ଭଧାରଣ କରିଛନ୍ତି । ସେ ତାଙ୍କର ସମଲିଙ୍ଗି ସ୍ୱାମୀ ବିଫଙ୍କ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ୨୦୧୬ରେ ଟ୍ରିଷ୍ଟନ ଗର୍ଭଧାରଣ କରିଥିଲା ବେଳେ ୬ ସପ୍ତାହ ପରେ ତାଙ୍କର ଗର୍ଭପାତ ହୋଇଥିଲା । ଏହାପରେ ଏହି ଦଂପତ୍ତି ଜୈବିକ ସନ୍ତାନର ଆଶା ଛାଡିଦେଇଥିଲେ । ହେଲେ ପୁଣି ଥରେ ସେମାନେ ବାପା ବନିବାକୁ ଯାଉଛନ୍ତି । ପୂର୍ବରୁ ଏହି ଦମ୍ପତ୍ତି ଦୁଇ ପିଲାଙ୍କୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି ।