ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗର ଅଭିନବ ପ୍ରୟାସ : ରାଜପଥରେ ଯାତ୍ରୀଙ୍କୁ ଦେବେ ୫ଷ୍ଟାର ହୋଟେଲର ସୁବିଧା

34

ଉତ୍ତର ପ୍ରଦେଶ ସରକାର ଏବେ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟର ପର୍ଯ୍ୟଟନକୁ ଏକ ନୂଆ ଦିଗ ଦେବାକୁ ହୋଇଛନ୍ତି ତତ୍ପର । ରାଜ୍ୟର ରାଜପଥରେ ଯାତାୟତ କରୁଥିବା ଯାତ୍ରୀଙ୍କର ସୁବିଧାକୁ ଧ୍ୟାନରେ ରଖି ଏକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । କାରଣ ପୁରୁଣା ଢାଂଚାର ରେଷ୍ଟ ହାଉସ୍ ଓ ହୋଟେଲ ଆଦି ପୁରୁଣା ଢାଂଚାରେ ଚାଲିଛି । ଏବେ ଏଥିରେ ପରିବର୍ତ୍ତନକୁ ନେଇ ଆରମ୍ଭ ହେବ ନୂଆ ଅଭିିଯାନ । ଯାତ୍ରୀମାନଙ୍କର ଖାଇବାପିଇବା ପାଇଁ ରାସ୍ତା କଡରେ ହୋଟେଲ ଖୋଲିବାକୁ ବଡ ବ୍ରାଣ୍ଡଗୁଡିକୁ ଆମନ୍ତ୍ରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଅବନିଶ ଅବସ୍ଥି ଏହି ସୂଚନା ଦେଇ କହିଛନ୍ତି ରାଜ୍ୟ ଓ ଦେଶ ସାରା ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଆସୁଥିଲେ ବି ଭଲ କ୍ୱାଲିଟର ଖାଦ୍ୟ ଖାଇବାକୁ ପାଇପାରୁନାହାଁନ୍ତି ।

ଅବସ୍ଥି କହିଛନ୍ତି, ‘ପାରମ୍ପରିକ ଢାବା ଏବେ ଅତୀତ ସମୟର କଥା । ଏବେ ବଡ ଓ ଭଲ ବ୍ରାଣ୍ଡକୁ ନିମନ୍ତ୍ରିତ କରାଯିବ । ଏହି ଅନୁସାରେ ସବୁଠୁ ପ୍ରଥମେ ସଡକ ପାଖରେ ଥିବା ହୋଟେଲ୍ ଓ ମୋଟେଲର ପାଖରେ ପର୍ଯ୍ୟଟନ ବିଭାଗର ସ୍ଥାନ ପାଇଁ ଟେଣ୍ଡର ଜାରି ହେବ । ଏଠାରେ ପ୍ରମୋଟର୍ସ ପାଇଁ ବହୁତ ଅଧିକ ସଂଖ୍ୟାରେ ଉପଲବ୍ଧ ମଧ୍ୟ ଅଛି । ’

ଆହୁରି ମଧ୍ୟ ଅବସ୍ଥି କହିଛନ୍ତି, ନିକଟରେ ହୋଇଥିବା ଏକ ମିଟିଂରେ ୭ଟି ସ୍ଥାନ ଏଥିପାଇଁ ଚୟନ କରାଯାଇଛି । ଏଥି ମଧ୍ୟରୁ ଲକ୍ଷ୍ନୌ-ଆଲ୍ଲାହାବାଦ ସ୍ଥିତ ଗୋପିଗଂଜ, କାନପୁର-ଇଟାୱା ରୋଡର ତାତ୍ୟାଗଂଜ ସହ ଗଙ୍ଗମୁକ୍ତେଶ୍ୱର,ଗାଜିପୁର,ଡୋବରିଘାଟ ଓ ଶିକୋହାବାଦ ମଧ୍ୟ ସାମିଲ ଅଛିି । ଏହିସବୁ ସ୍ଥାନମାନଙ୍କରେ ପ୍ରଥମ ଭାଗରେ ୫ଟି ଷ୍ଟାର ଢାବା ର ଆରମ୍ଭ କରାଯିବ । ତାପରେ ଅନ୍ୟ ସ୍ଥାନରେ ଆରମ୍ଭ ହେବ ।

ଉତ୍ତର ପ୍ରଦେଶ ସରକାରଙ୍କର ଏହି ପ୍ରୟାସ ଏବେ ଖୁବ ଚର୍ଚ୍ଚାର ବିଷୟ ସାଜିଛି । ରାଜ୍ୟରେ ପର୍ଯ୍ୟଟନର ବିକାଶ ଓ ଯାତ୍ରୀମାନଙ୍କର ସୁବିଧାକୁ ନେଇ ସରକାରଙ୍କ ଏ ଆଭିମୁଖ୍ୟ ନିଶ୍ଚିତ ସ୍ୱାଗତ ଯୋଗ୍ୟ ଅଟେ । ଯାହାକି ଯାତ୍ରୀ ଉପକୃତ ହେବା ସହ ରାଜ୍ୟର ଅର୍ଥକୋଷରେ ବୃଦ୍ଦି ଘଟିବ । ଅଧିକ ପର୍ଯ୍ୟଟକ ଏଥିପାଇଁ ଆକୃଷ୍ଟ ହେବେ । (ସୌଜନ୍ୟ-ଟାଇମ୍ସ ଅଫ୍ ଇଣ୍ଡିଆ)