ଅମାନୁଷିକତାର କରାଳ ଦୃଶ୍ୟ : ହାତୀ ଦେହରେ ନିଆଁ ଲଗେଇଲେ ଲୋକେ ! ଫଟୋ ସୋସିଆଲ ମିଡିଆରେ ଭାଇରାଲ୍

54

ସୋସିଆଲ ମିଡିଆରେ କିଛିଦିନ ହେବ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ୫୦୦୦ଫଟୋ ମଧ୍ୟରେ ଏହି ଫଟୋକୁ ସର୍ବ ଶ୍ରେଷ୍ଠରୂପେ ଚୟନ କରାଯାଇଛି । ଏହି ଫଟୋରେ ମଣିଷ ମଧ୍ୟରେ ଜୀବଜନ୍ତୁଙ୍କ ପ୍ରତି ଥିବା ବର୍ବରତା ପ୍ରକଟ ହୋଇଛି । ଏଭଳି ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରାଯାଇଛି ।

ଫଟୋରେ ହାତୀ ଏବଂ ତା’ର ଛୁଆ ନିଆଁରେ ଦୌଡୁଥିବା ଦେଖିବାକୁ ମିଳିଛି । ହାତୀ ଏବଂ ତା’ର ଶିଶୁର ଗୋଡରେ ନିଆଁ ମଧ୍ୟ ଲାଗିଯାଇଛି । ଭୟରେ ବିଚଳିତ ହୋଇ ନିରୀହ ଛୁଆଟି ତାର ମା ପାଖକୁ ଦୌଡି ଯିବାପାଇଁ ଚେଷ୍ଟା ଚଳାଇଛି । ଏହି ଘଟଣାଟି ହେଉଛି ପଶ୍ଚିମ ବଂଗଳା ବାଙ୍କୁରା ଜିଲ୍ଲାର । ୱାଇଲ୍ଡଲାଇଫ ଫଟୋଗ୍ରାଫର ବିପ୍ଳବ ହାଜରା ଏହି ଫଟୋ ଉଠାଇଥିଲେ ଏବଂ ତାଙ୍କୁ ସେଙ୍କଚୁଆରୀ ୱାଇଲ୍ଡଲାଇଫ ଆୱାର୍ଡ ମଧ୍ୟ ମିଳିଛି । ହାଜରା ଏହି ଫଟୋକୁ ଦର୍ଶାଇଥିବା ବେଳେ ଏହି ଫଟୋର ଟାଇଟଲ ରଖିଥିଲେ “ହେଲ ଇଜ ହେୟର” । ଏହି ଫଟୋକୁ ଦେଖି ଦେଖିଲେ ଏହାହିଁ ଲାଗିବ ଯେ ଏହା ହିଁ ହେଉଛି ନର୍କ ।

ଏହି ଫଟୋ ବାଙ୍କୁରା ଜିଲ୍ଲାର । ଯେଉଁଠି ଅନେକ ସମୟରେ ମନୁଷ୍ୟ ଏବଂ ହାତୀଙ୍କ ମଧ୍ୟରେ ଚାଲିଥାଏ ଭୟାବହ ସଂଘର୍ଷ । ଏହି ଫଟୋ ଯେତେବେଳେ ନିଆଯାଇଥିଲା ସେତେବେଳେ ଗ୍ରାମବାସୀ ହାତୀଙ୍କୁ ହଇରାଣ କରିବା ସକାଶେ ସେମାନଙ୍କ ଉପରକୁ ବାଣ ଫୋପାଡୁ ଥିଲେ । ଏହି ସମୟରେ ଗୋଟେ ବାଣ ପଡିଥିଲା ହାତୀ ଛୁଆର ଗୋଡରେ ଏବଂ ବାଣର ନିଆଁରେ ହାତୀଛୁଆର ଗୋଡ ଜଳିଯାଇଥିଲା । ଏହି ବାଣ ଉପଦ୍ରବରୁ ମୁକୁଳିବା ପାଇଁ ଏମାନେ ଦୌଡିଥିଲେ ଜଙ୍ଗଲ ମଧ୍ୟକୁ । ଏହି ଫଟୋକୁ ଆଧାର କରି ଫଟୋଗ୍ରାଫର କହିଛନ୍ତି ଯେ ହାତୀଙ୍କ ପାଇଁ ଜଙ୍ଗଲ ସୁରକ୍ଷିତ ଥିବା ବେଳେ ଏଠାରେ ଜଙ୍ଗଲ କ୍ଷୟ ହେଉଛି । ତେଣୁ ଏହି ହାତୀମାନେ ଜଙ୍ଗଲ ଛାଡି ଗାଁ ଭିତରକୁ ପଶି ଆସୁଛନ୍ତି । ଯଦି ଜଙ୍ଗଲ ନରହିବ ତେବେ ମନୁଷ୍ୟଙ୍କ ଗହଣକୁ ଏହି ହାତୀମାନେ ବାଧ୍ୟ ହେବେ ।

ଆମେ ଏଠାରେ କହି ରଖୁଛୁ ଯେ ଜଙ୍ଗଲକୁ ରକ୍ଷା କରିବା ଉଚିତ । ତେଣୁ ଏଥିପାଇଁ ସମସ୍ତେ ମିଶି ଏକ ବିଶେଷ ପଦକ୍ଷେପ ନେବା ଏବଂ ପରିବେଶରେ ବୃକ୍ଷ ରୋପଣ କରିବା । ଏହାଦ୍ୱାରା ପ୍ରଦୂଷଣରୁ ମୁକ୍ତି ମିଳିବ ଏବଂ ଜୀବଜନ୍ତୁ ମଧ୍ୟ ଉତ୍ତମ ଭାବେ ଚଳପ୍ରଚଳ କରିପାରିବେ ।
( ସୌଜନ୍ୟ-ୱାନ୍ ଇଣ୍ଡିଆ)