ମାରାତ୍ମକ ‘ବ୍ଲୁ ହ୍ୱେଲ’ ଗେମ୍ ! ଏହାକୁ ସର୍ଚ୍ଚ କରିବାରେ ୧୦ଟି ସହର ମଧ୍ୟରେ ରହିଛି ଭାରତର ୬ଟି ସହର

62

suicidalଭାରତରେ ‘ବ୍ଲୁ ହ୍ୱେଲ’ ଗେମ୍ ଅନେକ ପିଲାଙ୍କ ଜୀବନ ନେଇସାରିଲାନି । ୫୦ ଦିନ ଯାଏ ଖେଳାଯାଉଥିବା ଏହି ମାରାତ୍ମକ ଇଂଟରନେଟ୍ ଗେମ୍ ସାଧାରଣତଃ ପିଲାଙ୍କୁ ନିଜର ଶିକାର ବନାଉଛି । ଏହା ଅନୁଧ୍ୟାନ କରାଯାଇଛି କି ସାରା ବିଶ୍ୱରେ ଏହାକୁ ସର୍ଚ୍ଚ ଇଂଜିନରେ ଅଧିକ ସର୍ଚ୍ଚ କରାଯାଇଛି । ଗୁଗୁଲ ଟ୍ରେଣ୍ଡ ଅନୁସାରେ କୋଲକତା ଏଥି ମଧ୍ୟରେ ଶୀର୍ଷରେ ରହିଛି ଏବଂ ୫୪ ପ୍ରତିଶତ ସର୍ଚ୍ଚ ସହ ବେଙ୍ଗାଲୁରୁ ୬ନମ୍ବରରେ ଅଛି । ଏମିତି ଏକ ଜୀବନ ନାଶକ ଗେମ୍ କୁ ସର୍ଚ୍ଚ କରିବା ସହରର ମଧ୍ୟରେ ଭାରତର ସହର ଶୀର୍ଷରେ ରହିଛି । ଯାହା ଚିନ୍ତାର ବିଷୟ ଅଟେ।

ଟପ୍ ୧୦ରେ ଅନ୍ୟ ଭାରତୀୟ ସହର ,ଗୁହାହାଟୀ, ଚେନ୍ନାଇ ,ମୁମ୍ବାଇ, ଦିଲ୍ଲୀ ଓ ହାୱଡା ରହିଛି । ଭାରତ ଛଡା ଅନ୍ୟ ଦେଶର ୩ଟି ସହର ମଧ୍ୟ ଅଛି । ସାନ୍ -ଆଂଟୋନିଓ, ନାଇରୋବି, ଓ ପ୍ୟାରିସ୍ ରହିଛି । ସୂଚନା ଅନୁସାରେ , ଗତ ୧ବର୍ଷରେ ଭାରତ ‘ବ୍ଲୁ ହ୍ୱେଲ’ ଗେମ୍ ସର୍ଚ୍ଚ କରିବା ଦେଶ ମାନଙ୍କ ମଧ୍ୟରେ ୩ନମ୍ବରରେ ରହିଛି । ସର୍ଚ୍ଚ କରାଯାଇଥିବା କିୱାର୍ଡ୍ସ ମଧ୍ୟରେ ‘ବ୍ଲୁହ୍ୱେଲ ଚ୍ୟାଲେଂଜ ଗେମ୍’, ‘ଦ ୱେଲ୍ ଗେମ୍’, ‘ବ୍ଲୁହ୍ୱେଲ ଗେମ୍ ଡାଉନଲୋଡ୍’, ‘ବ୍ଲୁହ୍ୱେଲ ଏପିକ୍’ ‘‘ବ୍ଲୁହ୍ୱେଲ ସୁଇସାଇଡ୍ ଚ୍ୟାଲେଂଜ’ ।’

ଏହାସହ ପୁଲିସର ହେଲ୍ପ ଲାଇନରେ ମଧ୍ୟ ଶିକ୍ଷକ ଓ ଅଭିଭାବକଙ୍କ ଫୋନ୍ ବହୁ ସଂଖ୍ୟାରେ ଆସୁଛି । ଯାହା କି କେବଳ ‘ବ୍ଲୁହ୍ୱେଲ ଗେମ୍ ’ ବିଷୟକୁ ନେଇ । ବେଙ୍ଗାଲୁରୁରେ ଚାଇଲ୍ଡଲାଇନ୍ ନୋଡାଲ୍ ସୁପରଭାଇଜର କହିଛନ୍ତି , ‘ପିଲାଙ୍କ ମାତା-ପିତାଙ୍କ ଛଡା ଶିକ୍ଷକ ମଧ୍ୟ ଏହି ଗେମ ଠାରୁ କେମିତି ଦୂରେଇ ହେବ , ସେ ବିଷୟରେ ଫୋନ୍ କରି ପଚାରୁଛନ୍ତି । ଆଉ ଏହି ଗେମ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଯାହାକି ଶ୍ରେଣୀରେ ପିଲାଙ୍କୁ ଏ ବିଷୟରେ ସତର୍କତା ଓ ସଚେତନତା କରିପାରିବେ । କିଛି ଲୋକ ନଜର ରଖୁଛନ୍ତି ପିଲା ଅନଲାଇନରେ କ’ଣ କରୁଛନ୍ତି । କିଛି ଲୋକ କହୁଛନ୍ତି ସେମାନଙ୍କ ପିଲା ଅନଲାଇନ ଗେମ୍ ଖେଳିବାରେ ଆଗ୍ରହ ଲାଗିଯାଇଛି ।

ଏଣୁ ଏଥିପ୍ରତି ସାବଧାନତା ଅବଲମ୍ବନ ପାଇଁ ଏବେ ସ୍କୁଲ୍ ଓ ପାରିବାରିକ ସ୍ତରରେ ଉଦ୍ୟମ ହେବା ଜରୁରୀ । ପିଲାଙ୍କୁ ଅନଲାଇନ୍ ଗେମ୍ ଖେଳିବାକୁ ମୁକ୍ତ ଭାବେ ନଛାଡି, ସେମାନଙ୍କ ଏହି ଅଭ୍ୟାସ ଉପରେ ନଜର ନେବା ନିହାତି ଜରୁରୀ । ନୁହେଁ ତ ଏହି ମାରାତ୍ମକ ଗେମ୍  ଆହୁରି ପିଲାଙ୍କର ଜୀବନ ନେଇପାରେ । ଏଥିରେ ଦ୍ୱିମତ ନାହିଁ ।
(ସୌଜନ୍ୟ-ନବଭାରତ ଟାଇମ୍ସ )