ଯାତ୍ରୀଙ୍କୁ ମିଳିବ ସୁବିଧା : ଓଡିଶାରେ ଦୂରଗାମୀ ବସରେ ହେବ ଟଏଲେଟ୍ ବ୍ୟବସ୍ଥା !

27

ଓଡିଶାରେ ଚଳାଚଳ କରୁଥିବା ଦୂରଗାମୀ ବସରେ ଯାତ୍ରୀମାନଙ୍କ ପାଇଁ ବସ୍ ଭିତରେ ଖୁବଶୀଘ୍ର ଟଏଲେଟ୍ ବ୍ୟବସ୍ଥା ରହିବ । ଅନ୍ୟାନ୍ୟ ରାଜ୍ୟଗୁଡିକରେ ଯାତ୍ରୀବାହୀ ବସ୍ ଗୁଡିକ ଏହି ସୁବିଧା ଯୋଗାଇଥିବା ବେଳେ ଓଡିଶାରେ ମଧ୍ୟ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ସୂଚନା ଦେଇଛନ୍ତି ।

ବୁଧବାର ଦିନ ରାଜ୍ୟ ସଚିବାଳୟରେ ବିଭାଗର ନୂଆକରି ଦାୟିତ୍ୱ ଗ୍ରହଣ କରି ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି । ରାଜ୍ୟରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍ ଗୁଡିକୁ ଅଧିକ ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି । ୫୦୦ କିଲୋମିଟରରୁ ଅଧିକ ରାସ୍ତା ଯାତ୍ରା କରୁଥିବା ବସଗୁଡିକର ଯାତ୍ରୀମାନଙ୍କର ସୁବିଧା ପାଇଁ ବସ୍ ଭିତରେ ଟଏଲେଟ୍ ବ୍ୟବସ୍ଥା ରଖାଯିବ । ବସଷ୍ଟାଣ୍ଡଗୁଡିକରେ ରହିଥିବା ସମସ୍ୟାକୁ ଗୁରୁତ୍ୱ ଦେଇ ଏହାକୁ ସମାଧାନ କରାଯିବ । ଯାତ୍ରୀମାନଙ୍କର ସମସ୍ତ ପ୍ରକାରର ସୁବିଧା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।