‘ଶତ୍ରୁ ମାରଣ ମନ୍ତ୍ର’ ଜପ କରୁଛନ୍ତି ତେଜପ୍ରତାପ ! ଶତ୍ରୁ ଦମନ ପାଇଁ ଅଭିନବ ଉପାୟ ଆପଣେଇଛନ୍ତି ଲାଲୁଙ୍କ ପୁଅ

140

ଏ କଥା ଆପଣଙ୍କୁ ଅଜବ ଲାଗିପାରେ । କାରଣ ଜଣେ ନେତା ନିଜର ଶତ୍ରୁଙ୍କୁ ସାମ୍ନା କରିବା ପାଇଁ ନେଇଛନ୍ତି ତନ୍ତ୍ର-ମନ୍ତ୍ରର ସାହାରା । କିନ୍ତୁ ଏହା ସତ । ଏହା ଅନ୍ୟ କେଉଁଠି ନୁହେଁ ବିହାରରେ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ବେନାମି ସଂପତ୍ତି ମାମଲାରେ ସମସ୍ୟାରେ ପଡିଛନ୍ତି । ଏମାନଙ୍କର ବିରୋଧି ଏହି ମାମଲାରେ ତାଙ୍କୁ ଘେରିବାକୁ କୈାଣସି ସୁଯୋଗ ହାତ ଛଡା କରୁନାହାଁନ୍ତି ।

ଏହି ସମୟରେ ଲାଲୁଙ୍କ ପୁଅ ତଥା ବିହାର ସରକାରର ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବ ଏକ ଭିନ୍ନ ଉପାୟ ଆପଣେଇଛନ୍ତି । ନିଜ ବାସସ୍ଥଳୀ ୩ ଦେଶରତ୍ନ ମାର୍ଗରେ ଏକ କୁଟୀର ତିଆରି କରି ଏଥିରେ ‘ଶତ୍ରୁ ମାରଣ ମନ୍ତ୍ର’ ଜପ କରୁଛନ୍ତି । ଏହି ଜପ କ୍ରିୟା ସନ୍ଧ୍ୟା ୮ଟାରୁ ରାତି ୧୧ଟାଯାଏ ଚାଲୁଛି । ତେଜପ୍ରତାପ କୁଟୀରରେ ଲାଲ୍ ରଙ୍ଗର ଅଙ୍ଗବସ୍ତ୍ର ପିନ୍ଧି ଏହି ମନ୍ତ୍ରଜପ କରିଥାନ୍ତି । କୁହାଯାଉଛି ଏହି ମନ୍ତ୍ର ଜପ ସପ୍ତାହ ଯାଏ ଚାଲିବ ଏବଂ ବାସ୍ତୁ ବିଶେଷଜ୍ଞ ଓ ପୁରୋହିତଙ୍କ ନିର୍ଦ୍ଦେଶରେ ତେଜପ୍ରତାପ ଏହି ଜପ କରୁଛନ୍ତି ।

( ସୈାଜନ୍ୟ: ଅମର ଉଜାଲା)