ଫାଟିବ ନାହିଁ ଆଉ ସ୍ମାର୍ଟଫୋନର ବ୍ୟାଟେରୀ ! ଗବେଷକମାନେ ବାହାର କରିଛନ୍ତି ଏକ ନୂଆ ଟେକ୍ନୋଲୋଜି

43

ଦିନକୁ ଦିନ ଟେଲିକମ୍ କଂପାନୀମାନେ ନୂଆ ନୂଆ ଡିଜାଇନ ଓ ଅତ୍ୟାଧୁନିକ ଫିଚରର ମୋବାଇଲ୍ ସବୁ ମାର୍କେଟକୁ ଛାଡୁଛନ୍ତି । ଆଉ ଲୋକେ ଖୁବ୍ ଆଗ୍ରହରେ ସବୁ କିଣିବାରେ ବ୍ୟସ୍ତ । କିନ୍ତୁ ବେଳେବେଳେ ଦେଖାଯାଏ ବ୍ରାଣ୍ଡେଡ୍ କଂପାନୀର ମୋବାଇଲ କିଣି ମଧ୍ୟ ଲୋକେ ଅସୁବିଧାରେ ପଡନ୍ତି । ମୋବାଇଲ ଫାଟି୍ିବା ବା ଜଳିଯିବାର ଖବର ଏବେ ନିତି ଦିନିଆ ଘଟଣା ପାଲଟିଲାଣି । ଏଣୁ ଏହି ସମସ୍ୟାକୁ ଜାଣି ରିସର୍ଚ୍ଚମାନେ ନୂଆ ଟେକ୍ନୋଲୋଜି ବାହାର କରିଛନ୍ତି ।

ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ, ୧୦ହଜାର ଗୁଣା ଛୋଟ ହୀରାର ସାହାଯ୍ୟରେ ଲିଥିୟମ୍ ର ବ୍ୟାଟେରୀରେ ନିଆଁ ଲାଗିବାରୁ ରକ୍ଷା କରିହେବ । ଜର୍ନଲ ନେଚର କମ୍ୟୁନିକେଶନର ଅନୁସାରେ, ରିସର୍ଚ୍ଚର୍ସ ପୁରା ପ୍ରକ୍ରିୟା ବିଷୟରେ ଅବଗତ ହୋଇ କହିଛନ୍ତି, ନାନୋ ଟେକ୍ନୋଲୋଜି ଡାଇମଣ୍ଡ ଇଲେକ୍ଟ୍ରୋକେମିକାଲର ମାତ୍ରାକୁ କମ୍ କରିଦିଏ ।, ଯେଉଁଥିରେ ଲିଥିୟମର ବ୍ୟାଟେରୀରେ ସଟ୍ ସକ୍ରିଟ୍ ହେବାର ସମ୍ଭାବନା ବହୁ କମ୍ ହୋଇଯାଏ । ଆଉ ଏହା ଦ୍ୱାରା ମୋବାଇଲ ବ୍ୟାଟେରୀରେ ପ୍ରଭାବ ପଡେନାହିଁ ।

ଆମେରିକାର ଡ୍ରେକ୍ସଲ ୟୁନିଭର୍ସିଟିର ପ୍ରଫେସର ୟୁରୀ ଗୋଗୋତ୍ତି କହିଛନ୍ତି , ବର୍ତ୍ତମାନ ନୂଆ ଟେକନିକ୍ ପ୍ରୟୋଗ କମ୍ ମହତ୍ତ୍ୱପୂର୍ଣ୍ଣ ଆପ୍ଲିକେଶନରେ ବ୍ୟବହାର କରାଯିବ । ରାସାୟନିକ ଘଟଣା ରୁ ବଂଚିବା ପାଇଁ ନୂଆ ବ୍ୟାଟେରୀରେ ଇଲେକ୍ଟ୍ରୋଲାଇଟ୍ ଜରିଆରେ ସୁରକ୍ଷା ଦିଆଯାଇପାରିବ । ଯାହାକି ମୋବାଇଲ୍ ବ୍ୟାଟେରୀରେ ହେଉଥିବା ଭୟାନକ ଦୁର୍ଘଟଣା ଆଦିକୁ ଦୂରେଇ ହେବ ।

ଦୁଇଟି ଇଲେକ୍ଟ୍ରୋଡ ମଧ୍ୟରେ ଆୟନରେ ଇଲେକ୍ଟ୍ରୋକେମିକଲ ପ୍ରକ୍ରିୟା ହୋଇଥାଏ । ଯେଉଁଥିରେ ଇଲେକ୍ଟ୍ରିକଲ୍ କରେଂଟେ ଉତ୍ପନ ହୁଏ । ଏହି ଟେକନିକ୍ ରେ ବ୍ୟାଟେରୀଗୁଡିକୁ ଚାର୍ଜ କରାଯାଏ । ନୂଆ ଗବେଷଣା ମୁତାବକ, ନାନୋ ଟେକ୍ନୋଲୋଜି ଦ୍ୱାରା ଡେଣ୍ଡ୍ରାଇଟ୍ ଫର୍ମେସନ କୁ ପୁରା କମ୍ କରିହୁଏ । ଯେଉଁଥିରେ ମୋବାଇଲ୍ର ଷ୍ଟୋରେଜ୍ ଶକ୍ତି ବଢିଯାଏ । ଯାହାର ପ୍ରୟୋଗ ଉଚ୍ଚ ସାନ୍ଦ୍ରତା ସହ ସୁରକ୍ଷିତ ଲିଥିୟମ ବ୍ୟାଟେରୀ ପାଇଁ କରାଯାଇପାରେ । (ସୈାଜନ୍ୟ- ଆଜତକ୍ )