ଅଜବ ଗାଁର ଗଜବ କଥା ! ଅଚାନକ ଆସେ ନିଦ,ମାସେ ଯାଏ ଶୋଇ ରୁହନ୍ତି ଲୋକେ

36

ଏ ଦୁନିଆରେ ଲୋକଙ୍କର କାର୍ଯ୍ୟକଳାପରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ମିଳେ। ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ ।ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ଯିଏ ଯେଉଁଠି ପାଇଲେ ମାସ ଯାଏ ଶୋଇରୁହନ୍ତି ।

କାଜାକିସ୍ତାନର ଏହି ଗାଁ ଏଥିପାଇଁ ଖୁବ୍ ଚର୍ଚ୍ଚାରେ । କଲାଚି ନାମକ ଏହି ଗାଁର କେହି ୧ ଘଂଟା ପାଇଁ ପାଇଁ ଶୁଅନ୍ତି ତ ଆଉ କିଛି ଲୋକେ ମାସ ଯାଏ ଶୋଇ ରୁହନ୍ତି । ଏକ ଅଜଣା ରୋଗରେ ଆକ୍ରାନ୍ତ ଏହି ଗାଁର ଲୋକେ । ଯଦି ଥରେ ଶୋଇଲେ ତ ମାସ ଯାଏ ଶୋଇରୁହନ୍ତି । ପାଖାପାଖି ୧୦ ପ୍ରତିଶତ ଲୋକେ ଏହି ରୋଗରେ ଶିକାର । ଏହି ରୋଗ ବିଷୟରେ ୨୦୧୦ରେ ପତ୍ତ ମିଳିଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ କେତେବେଳେ କେଉଁଠି କାହାକୁ ନିଦ ଆସେ କେହି ଜାଣିପାରନ୍ତିନି । ଲୋକେ ଘରେ ଥାଆନ୍ତୁ ବା ବାହାରେ ,ସଡକ ହେଉ ବା ବଗିଚା ,ଅଚାନକ ନିଦ ଆସେ ।