ଅଜବ ଅଭ୍ୟାସ : ପୁଷ୍ଟିକର ଖାଦ୍ୟ ଭାବେ ଏଠାରେ ମୂଷାକୁ ସିଝାଇ ଖାଆନ୍ତି ଲୋକେ !

36

ମଲାୱି : ଏମିତି ଏକ ଖବର ପ୍ରକାଶ ପାଇଛି । ଯାହାକୁ ଆପଣ ବିଶ୍ୱାସ କରିନପାରନ୍ତି । ହେଲେ ଏହା ସତ । ପୁଷ୍ଟିକର ଖାଦ୍ୟ ପାଇଁ ମୂଷାକୁ ସିଝାଇ ଖାଆନ୍ତି ଲୋକେ । ଏହା ଆମ ପାଇଁ ଅରୁଚିକର ଓ ଅଖାଦ୍ୟ ହେଲେ ବି ଏଠାର ଲୋକେ କିନ୍ତୁ ଏହାକୁ ମହାଆନନ୍ଦରେ ଖାଦ୍ୟ ରୂପେ ଗ୍ରହଣ କରନ୍ତି ।

ପ୍ରକାଶିତ ତଥ୍ୟ ଅନୁସାରେ ,ଦକ୍ଷିଣ ଆଫ୍ରିକାର ଦେଶ ମଲାୱିର ରାଜଧାନୀ ଲିଲୋଂଗ୍ୱେରେ ଲୋକେ ମୂଷାକୁ ସିଝାଇ ଖୁବ୍ ରୁଚିକର ଭାବେ ଖାଇଥାନ୍ତି । ବୈଜ୍ଞାନିକଙ୍କ ବିଶ୍ୱାସ ଯେ ଜୀବ-ଜନ୍ତୁଙ୍କୁ ଖାଇ ମଣିଷ ଖାଦ୍ୟ ସଙ୍କଟରୁ ମୁକୁଳିଥାଏ । ଆଉ ଏଠାର ଲୋକେ ସେୟାହିଁ କରୁଛନ୍ତି । ଏହି ଜୀବକୁ ସ୍ୱାଦଯୁକ୍ତ ଖାଦ୍ୟ ଭାବେ ଜୀବନ ଚଳନୀରେ ସାମିଲ କରିଛନ୍ତି । ଭାଇରାଲ ସଟ୍ ନ୍ୟୁଜରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।