୧୨ ବର୍ଷୀୟ ଝିଅର ଅପୂର୍ବ ଦକ୍ଷତା ! ଗୀତ ଗାଉଛନ୍ତି ୮୦ଟି ଭାଷାରେ

73

ଆପଣ ଦୁଇ କିମ୍ବା ତିନୋଟି ଭାଷାରେ ଗୀତ ଗାଉଥିବା ଗାୟକଙ୍କ ବିଷୟରେ ଶୁଣିଥିବେ ଓ ଦେଖି ମଧ୍ୟ ଥିବେ । କିନ୍ତୁ ଆପଣ କେବେ ଭାବିଛନ୍ତି କି କୌଣସି ଲୋକ ୮୦ ଟି ଭାଷାରେ ଗାଇବାର ଦକ୍ଷତା ରଖିଥିବ । ତାହା ପୁଣି ପୁରା ସୁର ଓ ଲୟର ସହ । ଆପଣଙ୍କ ଜାଣି ଆଶ୍ଚର୍ଯ୍ୟ ହେବେ , ଜଣେ ୧୨ ବର୍ଷର ଝିଅ ଏଭଳି କରିସ୍ମା କରି ଦେଖେଇଛନ୍ତି । ଏବଂ ଦୁବାର ଇଣ୍ଡିଆନ୍ ହାଇସ୍କୁଲରେ ପଢୁଥିବା ଏହି ଝିଅ ସୁଚେତା ସତିଶ୍ ୮୦ଟି ଭାଷାରେ ଗୀତ ଗାଇପାରୁଛନ୍ତି । ତାଙ୍କର ଏଭଳି ଦକ୍ଷତାକୁ ନେଇ ଚାରିଆଡେ ଚର୍ଚ୍ଚା ।

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ତାଙ୍କୁ ଅନେକ ଭାଷାରେ ଗାଉଥିବାର ନଜର ଆସିଛି । ଚଳିତ ବର୍ଷ ୨୯ ଡିସେମ୍ବରରେ ହେବାକୁ ଥିବା ଏକ କନସର୍ଟରେ ୮୫ ଭାଷାରେ ଗୀତ ଗାଇ ସୁଚେତା ଗିନିଜ୍ ବିଶ୍ୱ ରେକର୍ଡରେ ନାଁ ରଖିବାକୁ ଚେଷ୍ଟା ଚଳେଇଛନ୍ତି ।

ସୁଚେତା ମିଡିଆ ସହ କଥାବାର୍ତ୍ତା କରି କହିଛନ୍ତି ସେ ୮୦ ଭାଷାରେ ଗୀତ ଗାଇବା ଜାଣିଛନ୍ତି । ଏବଂ ଏହା ସେ ଗୋଟିଏ ବର୍ଷରେ ଶିଖିଛନ୍ତି । ଖବର ଅନୁସାରେ , ରେକର୍ଡ କରିବା ପୂର୍ବରୁ ସୁଚେତାଙ୍କର ଯୋଜନା ଆଉ ୫ଟି ଅଧିକ ଭାଷାରେ ୫ଟି ଅଲଗା ଗୀତ ଶିଖିବେ । ସୁଚେତା କେରଳର ଅଟନ୍ତି । ଏବଂ ସେ ପ୍ରଥମରୁ କିଛି ଭାରତୀୟ ଭାଷାରେ ହିନ୍ଦୀ , ମଲୟାଲମ୍ ଓ ତାମିଲ୍ ରେ ଗୀତ ଗାଇବାକୁ ଚାହୁଁଥିଲେ । ସେ ସ୍କୁଲ ପ୍ରତିଯୋଗୀତାଗୁଡିକରେ ଇଂରାଜୀ ଗୀତ ଗାଉଛନ୍ତି । କିନ୍ତୁ ସେ ଗତ ବର୍ଷରୁ ବିଦେଶୀ ଭାଷାରେ ମଧ୍ୟ ଗୀତ ଗାଇବା ଆରମ୍ଭ କରିଛନ୍ତି ।

ସୁଚେତା ନିଜର ଏହି ଗୀତ ଗାଇବାର ଦକ୍ଷତା ବିଷୟରେ ସୂଚନା ଦେଇ କହିଛନ୍ତି , ବିଦେଶୀ ଭାଷାରେ ମୋର ପ୍ରଥମ ଗୀତ ଜାପାନୀରେ ଥିଲା । ତାଙ୍କର କହିବା ହେଲା ତାଙ୍କ ପାଇଁ ଫ୍ରାନ୍ସିସି, ହଙ୍ଗେରିୟନ୍ ଓ ଜର୍ମାନ ଭାଷାଗୁଡିକରେ ଗୀତ ଗାଇବା କଠିନ ଥିଲା । ଏକ କନସର୍ଟରେ ସବୁଠୁ ଅଧିକ ଭାଷାରେ ଗୀତ ଗାଇବାର ରେକର୍ଡ କେସିରାଜୁ ଶ୍ରୀନିବାସଙ୍କ ନାଁରେ ରହିଛି । ସେ ୭୬ ଟି ଭାଷାରେ ଗୀତ ଗାଇଥିଲେ । ସୁଚେତା ଏବେ ୭ମ ଶ୍ରେଣୀରେ ପଢୁଛନ୍ତି । ସେ ନିଜର ମାତା-ପିତାଙ୍କ ସହ ଦୁବାଇରେ ରହୁଛନ୍ତି ।

ୟୁଟ୍ୟୁବ୍ ଚ୍ୟାନେଲରେ ଏମିତି ଅନେକ ଭିଡିଓ ଓ ଇଂଟରଭ୍ୟୁ ଅଛି । ଯେଉଁଥିରେ ସୁଚେତାଙ୍କୁ ଅନେକ ଭାଷାରେ ଗାଇବାର ଦେଖାଯାଏ । ଆସନ୍ତା ୨୯ ଡିସେମ୍ବରରେ ଯଦି ସୁଚେତା ଏହିଭଳି ଦକ୍ଷତା କରିେଦେଖେଇବେ ତ ତାଙ୍କ ନାଁ ଗିନିଜ ବିଶ୍ୱ ରେକର୍ଡରେ ସ୍ଥାନ ପାଇପାରିବ ।