ବୈଜ୍ଞାନିକରୁ ହେଲେ ଛେଳି ବେପାରୀ ! ଆମେରିକାରେ ଉଚ୍ଚ ଦରମାର ଚାକିରି ଛାଡି ନିଜ ଉଦ୍ୟମରେ କଲେ ବ୍ୟବସାୟ । ଅନେକ ଯୁବକଙ୍କର ପାଲଟିଛନ୍ତି ଆଦର୍ଶ

46

ଏ ହେଉଛି ଏମିତି ଏକ ଯୁବକଙ୍କର କଥା , ଯିଏ ବିଦେଶରେ ଉଚ୍ଚ ଦରମାର ଚାକିରି ଛାଡି ଗାଁ କୁ ଫେରିଥିଲେ । ଗାଁର ପାଣି ପବନ ତାଙ୍କୁ ପ୍ରତିକ୍ଷଣେ ମନେପଡୁଥିଲା । ଆଧିନିକତାର ଚାକ୍ୟଚକ୍ୟରେ ବାନ୍ଧି ହେବାକୁ ଚାହିଁନଥିଲେ । ନିଜ ଉଦ୍ୟମରେ କିଛି କରିଦେଖେଇବାକୁ ଇଚ୍ଛା କରିଥିଲେ । ଆଉ ଶେଷରେ ସେୟା ହିଁ କରିଥିଲେ । ନିଜର ବ୍ୟବସାୟ ଆରମ୍ଭ କରି ସାକାର କରିଥିଲେ ନିଜର ଅଭିଳାଷ । ଆଜି ସେ ଅନେକଙ୍କର ଆଦର୍ଶ ବ୍ୟକ୍ତିତ୍ୱ । କେମିତି ଜୀବନରେ ସଫଳତା ପାଇହୁଏ ସେ ଏହାତ ଜ୍ୱଳନ୍ତ ଉଦାହରଣ ।

ମହାରାଷ୍ଟ୍ରର ଅଭିଷେକ ଭରାଡ ଆମେରିକାରେ ପ୍ରତିଷ୍ଠିତ ଚାକିରି ଛାଡି ଗାଁରେ ଛେଳି ପାଳିବାର କାମ ଆରମ୍ଭ କରିଥିଲେ । ଏବଂ ଆଜି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ତାଙ୍କର । ଆମେରିକାରେ ଭଲ ଚାକିରି ଛାଡି ନିଜ ଦେଶକୁ ଫେରିବା ଅନେକଙ୍କୁ ଟିକେ ଅଡୁଆ ଲାଗିପାରେ । କାରଣ ବହୁତ ଯୁବକଙ୍କର ଇଚ୍ଛା ଥାଏ ବିଦେଶ ଯାଇ ପଢିବା ଆଉ ସେଠାରେ ଭଲ ଦରମାର ଏକ ଚାକିରି କରିବା । କିନ୍ତୁ ଏ ସମସ୍ତଙ୍କ ଠାରୁ ପୁରା ଅଲଗା ଥିଲେ ଅଭିଷେକ । ଇୟୋର ଷ୍ଟୋରୀରେ ପ୍ରକାଶିତ ହୋଇଛି ଏଭଳି ଏକ ଖବର ।

ଅମିର ଖାନଙ୍କ ଫିଲ୍ମ ‘୩-ଇଡିୟଟ୍ସ’ ରେ ଏକ ଡାଇଲଗ୍ ଅଛି ‘କାବିଲ୍ ବନୋ କାମୟାବି ଝକ୍ ମାର୍ କେ ପିଛେ ଆଏଗୀ’ । ମହାରାଷ୍ଟ୍ରର ବୁଲଢାନା ଜିଲ୍ଲାରେ ରହୁଥିବା ଡା. ଅଭିଷେକ ଭରାଡ ଏହି ସତକୁ ପ୍ରମାଣିତ କରି ଦେଖେଇଛନ୍ତି । ସେ ଆମେରିକାରେ ପ୍ରତିଷ୍ଠିତ ଚାକିରି ଛାଡି ଗାଁ ଫେରି ଛେଳି ପାଳିବାର କାମ ଆରମ୍ଭ କଲେ । ଏବଂ ଆଜି ସେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି । ଅଭିଷେକ ପଂଜାବରାଓ ଦେଶମୁଖ କୃଷି ବିଦ୍ୟାପୀଠରୁ ୨୦୦୮ରେ ବିଏସସି ରେ ଉର୍ତ୍ତୀର୍ଣ୍ଣ ହେବା ପରେ ଆମେରିକାରୁ ଲୁଇସିୟାନା ଷ୍ଟେଟ ୟୁନିଭର୍ସିଟୀରୁ ମାଷ୍ଟର୍ସ ( ଏମଏସ) ଓ ପୁଣି ସେଠାରୁ ପିଏଚଡି ପୁରା କରିଥିଲେ ।

ପିଏଚଡି ପରେ ସେ ବୈଜ୍ଞାନିକ ଭାବେ ଆମେରିକାରେ ଚାକିରି କରିଥିଲେ । ସେ ୨ ବର୍ଷ ଯାଏ ଚାକିରି ସେଠାରେ କରିଥିଲେ । କିନ୍ତୁ ସେ ସର୍ବଦା ଘର କଥା ମନେପକାଉଥିଲେ । ସେଥିପାଇଁ ଶେଷରେ ସେ ଦେଶକୁ ଫେରିବାର ନିଷ୍ପତ୍ତି ନେଲେ । ଆଉ ସେଠାରେ ହିଁ କିଛି କରିବାକୁ ଭାବୁଥିଲେ । ଆଉ ସେୟା ହିଁ କଲେ । ଘରକୁ ଫେରିଲେ । ତାଙ୍କର ପିତା ଭାଗବତ ଭରାଡ ଇରିଗେସନ ବିଭାଗରେ ଇଂଜିନିୟର ଥିଲେ । ଏଥିପାଇଁ ଘର ତରଫରୁ ମଧ୍ୟ ଭଲ ଚାକିରି ପାଇଁ ପ୍ରେସର ଥିଲା । କିନ୍ତୁ ଅଭିଷେକ ଘର ଲୋକଙ୍କୁ କହିଦେଲେ କି ସେ ଆଉ ବିଦେଶରେ ରହି ଚାକିରି କରିପାରିବେ ନାହିଁ ଘର ଲୋକେ ମଧ୍ୟ ତାଙ୍କ କଥାକୁ ମାନିନେଲେ । ସେ ନିଜ ଦେଶକୁ ଫେରିଆସିଲେ ।

ଆମେରିକାରେ ଭଲ ଚାକିରିକୁ ଏଡେଇ ଅଭିଷେକ ଗାଁରେ ଏଗ୍ରୀ ବିଜିନସ୍ ଆରମ୍ଭ କରିବାକୁ ଚାହୁଁଥିଲେ । ସେତେବେଳେ ତାଙ୍କୁ ଛେଳିପାଳନ ବିଷୟରେ ଇଚ୍ଛା ହେଲା । କିନ୍ତୁ ଏହି ବ୍ୟବସାୟ କରିବା ପୂର୍ବରୁ ଅଧିକ ସ୍ଥାନର ଦରକାର ଥିଲା । ସେ ପାଖାପାଖି ୨୦ ଏକର ଜମି ଲିଜ୍ ନେଲେ । ଏହି ବିଜିନସକୁ ଆରମ୍ଭ କରିବା ପାଇଁ ତାଙ୍କୁ ୧୨ ଲକ୍ଷର ନିବେଶ କରିବାକୁ ପଡିଲା ।

ଅଭିଷେକ ୧୨୦ଟି ଛେଳିକୁ ନେଇ ପ୍ରଥମେ ଏଗ୍ରୀ ବିଜନେସ୍ ଆରମ୍ଭ କରିଥିଲେ । କିନ୍ତୁ ଏକ ବର୍ଷ ଭିତରେ ତାଙ୍କର ଛେଳି ସଂଖ୍ୟା ଦୁଇଗୁଣା ହୋଇଯାଇଥିଲା । ଆଜି ତାଙ୍କ ପାଖରେ ୩୫୦ରୁ ଅଧିକ ଛେଳି ଅଛି । ସେ କୁହନ୍ତି ଛେଳିକୁ ସଠିକ୍ ଭାବେ ପାଳିବା ଓ ଠିକ୍ ସମୟରେ ପଶୁଖାଦ୍ୟର ବ୍ୟବସ୍ଥା କରିବାକୁ ପଡିଥାଏ । ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହୋଇଥାଏ । ସେ ଛେଳିମାନଙ୍କର ଖାଦ୍ୟ ପାଇଁ ୬ ଏକର ଜମିରେ ମକା ଓ ବାଜରା ଭଳି ଫସଲ ବି ଚାଷ କରିଛନ୍ତି । ତାଙ୍କ ପାଖରେ ୮ ପ୍ରକାରର ଛେଳି ଅଛନ୍ତି ଯଥା- ଆଫ୍ରିକୀୟ ବୋର , ବେତଟ , ଜମୁନିପରୀ , ସିରୋହୀ । ସେ ମଧ୍ୟ ଛେଳି ବ୍ୟବସାୟ ବ୍ୟତୀତ ଅନ୍ୟ ବ୍ୟବସାୟୀଙ୍କୁ ଛେଳି ରକ୍ଷା ପାଇଁ ସୀମା ପ୍ରଶିକ୍ଷଣ ଶିକ୍ଷା ଦେଇଥାନ୍ତି ।

ଅଭିଷେକ କୁହନ୍ତି ତାଙ୍କୁ ଗୋଟିଏ ଛେଳି ବିକିଲେ ପାଖାପାଖି ୧୦ ହଜାର ଟଙ୍କା ମିଳିଥାଏ । ଏହିପରି ଭାବେ ତାଙ୍କୁ ପ୍ରତିବର୍ଷ ପାଖାପାଖି ୧୦ ଲକ୍ଷ ଟଙ୍କାର ଆୟ ହୋଇଥାଏ । ସେ କୁହନ୍ତି ଯଦି ୭ ଲକ୍ଷ ଟଙ୍କାର ନିବେଶ କରିବେ ତ ଆମକୁ ପ୍ରତିବର୍ଷ ୩ରୁ ୪ଲକ୍ଷ ଟଙ୍କା ଆରାମରେ ମିଳିପାରିବ । ଏବଂ ଯେମିତି ଧିରେ ଧିରେ ଛେଳିଙ୍କ ସଂଖ୍ୟା ବୃଦ୍ଧି ହେବ, ଆୟ ବି ବଢିବ । ରୋଜଗାର ସହ ଅଭିଷେକ ନିଜର ଗାଁ ଓ ଏହାର ଆଖପାଖର ଯୁବକଙ୍କର ପାଠପଢା ପ୍ରତି ବି ଧ୍ୟାନ ଦେଇଥାନ୍ତି । ସେ ନିଜର ପଢାକୁ ବେକାରେ ନଷ୍ଟ କରିଦେବାକୁ ଚାହୁଁନଥିଲେ । ସେ ଯୁବକମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରିତ କରୁଥିଲେ । ସେ ଗାଁରେ କୃଷକଙ୍କର ଗ୍ରୁପ କରି କେମିତି ବୈଜ୍ଞାନିକ ଉପାୟରେ ଚାଷ କରିହେବ ସେ ଉପାୟ ମଧ୍ୟ ବତାଉଛନ୍ତି ।

ଆଜି ଅଭିଷେକ ବିଦେଶର ମୋଟା ଅଙ୍କର ଦରମା ଛାବି ବି ନିଜ ଗୋଡରେ ଛିଡା ହୋଇପାରିଛନ୍ତି । ନିଜର ପାଠପଢାର ପ୍ରକୃତ ବିନିଯୋଗ କରିପାରିଚନ୍ତି । ଅର୍ଥ ରୋଜଗାର ସହ ଆଉ କିଛି ଯୁବକଙ୍କୁ ମଧ୍ୟ ପ୍ରେରଣା ଯୋଗାଉଛନ୍ତି । ଏହା ନିଶ୍ଚୟ ଅନେକ ଯୁବକଙ୍କ ପାଇଁ ପ୍ରେରଣା ଭଳି ହେବ ଯେଉଁମାନେ ପାଠପଢି ଖାଲି ଚାକିରି ଆଶାରେ ବେକାର ଜୀବନ ବିତାଉଛନ୍ତି । ଆଉ ବୃଥାରେ ନିଜର ଭାଗ୍ୟକୁ ଦୋଷାରୋପ କରି ସମସ୍ୟାରେ ପଡୁଛନ୍ତି ।