ଚୋର ଧରିବ ରୋବୋଟ୍ ! ବିଶ୍ୱର ପ୍ରଥମ ରୋବୋ ପୁଲିସ ନିଯୁକ୍ତ

39

ଦୁବାଇ : ଅପରାଧ ନିୟନ୍ତ୍ରଣ କରିବ ଏବେ ରୋବୋଟ୍ । ପୁଲିସ ବିଭାଗରେ ସାମିଲ ହୋଇଛି । ଏ କଥା ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏକଥା ସତ । ଦୁବାଇ ଏବେ ବିଶ୍ୱର ପ୍ରଥମ ରୋବୋ ପୁଲିସକୁ ନିଯୁକ୍ତ ଦେଇଛି । ତାର ନାମ ରଖାଯାଇଛି ‘ରୋବୋକପ୍’ । ଏହା ରାସ୍ତାରେ ପାଟ୍ରୋଲିଂ ସହିତ ପର୍ଯ୍ୟଟନସ୍ଥଳୀମାନଙ୍କରେ କାମ କରିବ । ବର୍ଦ୍ଧିଷ୍ଣୁ ଅପରାଧକୁ ରୋକିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବ । ସେଠାକାର ଜଣେ ପୁଲିସ୍ ଅଧିକାରୀଙ୍କ ଅନୁସାରେ ଭବିଷ୍ୟତରେ ପୁଲିସ୍ ବିଭାଗରେ ୨୫ ପ୍ରତିଶତ ରୋବୋ କର୍ମଚାରୀଙ୍କୁ ସାମିଲ୍ କରାଯିବା ଲାଗି ଯୋଜନା ହେଉଛି ।

ଏହାଛଡା ୨୦୩୦ ସୁଦ୍ଧା ପ୍ରଥମ ସ୍ମାର୍ଟ ପୁଲିସ୍ ଷ୍ଟେସନ ପ୍ରତିଷ୍ଠା ହେବାକୁ ଲକ୍ଷ୍ୟ ରଖାଯାଇଛି । ସେଠାରେ କେବଳ ରୋବୋ ଅଧିକାରୀମାନେ କାମ କରିବେ । ସେହିପରି ଅଧିକାରୀଜଣକ ‘ରୋବୋକପ୍ ’ ବିଶେଷତ୍ୱ ସଂପର୍କରେ ବି ପ୍ରକାଶ କରିଥିଲେ । ସେ କହିଥିଲେ , ୫ଫୁଟ୍ ଲମ୍ବ ଏବଂ ୧୦୦ କେଜି ଓଜନର ଏହି ରୋବୋକୁ ଏଭଳି ଡିଜାଇନ୍ କରାଯାଇଛି ଯେ ତାହା ମଣିଷର ଭାବପ୍ରବଣତା ଏବଂ ମୁଖଭଙ୍ଗୀକୁ ଦେଖି ବ୍ୟକ୍ତିଜଣକ ଦୁଃଖି ବା ଖୁସି ଅଛନ୍ତି , ତାହା କହିଦେବ । ଏଥିରେ ଲୋଡ୍ କରାଯାଇଥିବା ଫେସିଆଲ୍ ରେକଗନିଅସ୍ ସଫ୍ଟୱେର ଅପରାଧିମାନଙ୍କୁ ଧରିବା ଲାଗି ସହାୟକ ହେବ ବୋଲି ଆଶା କରାଯାଇଛି । ଏହା ମଧ୍ୟ ପୁଲିସ୍ କମାଣ୍ଡ ରୁମକୁ କୈାଣସି ଘଟଣାର ଲାଇଭ୍ ଭିଡିଓ ଫୁଟେଜ ମଧ୍ୟ ପଠାଇପାରିବ । ଏହି ରୋବୋ ଆରବୀୟ ,ଇଂରାଜୀ ସହ ୬ଟି ଭିନ୍ନ ଭିନ୍ନ ଭାଷାରେ କଥାବାର୍ତ୍ତା କରିପାରିବ ।

ଏହାସହ ମଧ୍ୟ ପଢନ୍ତୁ –ନିଜ ପାଇଁ ନୁହେଁ ଅନ୍ୟର ଚାହିଁଛନ୍ତି ଉପକାର ! ନୋଏଡାର ସ୍କୁଲ ଛାତ୍ରୀଙ୍କୁ ପୁଲିସ୍ କଲା ସଲାମ