ଜଣେ ସ୍ୱାମୀର ୩୯ ଜଣ ସ୍ତ୍ରୀ : ଦେଖନ୍ତୁ ଜଣେ ଖିଆଲୀ ସ୍ୱାମୀର ସୁଖ ସଂସାର

89

captureଆଜିକା ସମୟରେ ପରିବାର ଚଳେଇବା କେତେ କଷ୍ଟ , ଏହା ସଂସାର କରିଥିବା ଲୋକକୁ ଜଣା । ଘରେ ତିନି ପ୍ରାଣୀ ପୋଷିବା ଖୁବ୍ କଷ୍ଟ ହୋଇପଡେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବ୍ୟକ୍ତିର ଏକ ବଡ ସଂସାର । ୩୯ ଜଣ ସ୍ତ୍ରୀ । ଏକ ବଡ ହୋଟେଲ ଭଳି ଘରପରିବାର ।

3ସମୁଦାୟ ୧୮୧ ଜଣ ସ୍ତ୍ରୀ-ପିଲାର ସଂସାର । ମିଜୋରାମର ଏହି ବ୍ୟକ୍ତିଙ୍କ ନାଁ ଜିଓନା ଚାନା । ଏହି ପରିବାରରେ ମୁଖିଆ ହେଲେ ନିଜେ ଜିଓନା । ୩୯ ଜଣ ସ୍ତ୍ରୀ ୯୪ ଜଣ ପିଲା ,୧୪ ଜଣ ବୋହୁ ଓ ୩୩ ଜଣ ନାତି ନାତୁଣୀଙ୍କୁ ନେଇ ଜିଓନାଙ୍କ ବୃହତ ପରିବାର । ୪ ତାଲା ଉଚ୍ଚ କୋଠାରେ ୧୦୦ଟି କୋଠରୀ ।

4ଏମିତି ଏକ ପରିବାରକୁ ନେଇ ଖୁବ୍ ଗର୍ବକରନ୍ତି ଜିଓନା । କହନ୍ତି ଭଗବାନଙ୍କର ସେ ସ୍ୱତନ୍ତ୍ର । ଯିଏ ଏତେ ଲୋକଙ୍କୁ ପାଳିବାକୁ ସୁଯୋଗ ଦେଇଛନ୍ତି । ଜିଓନାଙ୍କ ବୟସ ପାଖାପାଖି ୬୭ ହେବ । ପେଶାରେ ଜଣେ ବଢେଇ ଥିବା ଜିଓନା ୧୭ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ । ଏବେବି ଆହୁରି ବିବାହ କରିବାର ଇଚ୍ଛା ଅଛି ଜିଓନାଙ୍କର । ପ୍ରଥମ ସ୍ତ୍ରୀ ଜାଥିଆଙ୍ଗି ସମସ୍ତଙ୍କୁ କାମ ଦିଅନ୍ତି । ଘରେ ପ୍ରତିଦିନ ୩୦ ଚିକେନ ,୬୦ କିଲୋ ଆଳୁ ଓ ୧୦୦ କିଲୋ ଚାଉଳରେ ରୋଷେଇ ହୁଏ । ସମସ୍ତେ ମିଳିମିଶି ଚଳନ୍ତି । ପରସ୍ପର ଭିତରେ ସେମିତି ସ୍ନେହ ଶ୍ରଦ୍ଧା ଅତୁଟ ରହିଛି ।

ଡେଲି ମେଲରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ

ଏହା ସହ ଦେଖନ୍ତୁ ଏହି ଭିଡିଓ-