ଟ୍ରେନରେ ମିଳିବ ବିମାନ ସୁବିଧା ! ଆଜିଠାରୁ ଗଡିବ ‘ତେଜସ୍ ଏକ୍ସପ୍ରେସ୍ ’

23

tejas-express_3166408fବିମାନ ପରି ସୁବିଧା ଯୋଗାଇବାର କ୍ଷମତା ରଖିଥିବା ‘ତେଜସ୍ ଏକ୍ସପ୍ରେସ୍ ’ ଏହାର ପ୍ରଥମ ଯାତ୍ରା ଆରମ୍ଭ କରିବ । ‘ତେଜସ୍ ଏକ୍ସପ୍ରେସ୍ ’ଏହାର ଆଭ୍ୟନ୍ତରୀଣ ସାଜସଜ୍ଜା ଓ ସୁବିଧା ପାଇଁ ପ୍ରସିଦ୍ଧ । ଏହି ପ୍ରିମିୟମ-ଲକଜରୀ ଟ୍ରେନ୍ ଆଜି ଅପରାହ୍ନ ୩.୨୫ମିନିଟରେ ଛତ୍ରପତି ଶିବାଜୀ ଟର୍ମିନସରୁ ତାର ଯାତ୍ରା ଆରମ୍ଭ କରିବ । ମାତ୍ର ୯ ଘଣ୍ଟାରେ ଏହା କରମାଲି ଷ୍ଟେସନରେ ପହଁଚିବ । କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏହାକୁ ଦାଦର ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ ।

ଘଣ୍ଟାକୁ ୨୦୦କିମି ବେଗରେ ଯିବାର କ୍ଷମତା ରଖୁଥିବା ଏହି ଟ୍ରେନଟି ରେଳଟ୍ରାକରେ ଅସୁବିଧା ଥିବାରୁ ୧୬୦ କିମି ବେଗରେ ଯାତ୍ରା କରିବ । ଏଥିପାଇଁ ୱାଇ-ଫାଇ,ସିସିଟିଭି ,ମୋବାଇଲ ଚାର୍ଜିିଂ ପଏଣ୍ଟ ,ଫାୟାର ଆଣ୍ଡ ସ୍ମୋକ୍ ଡିଟେକସନ ସୁବିଧା ରହିଛି । ବର୍ଷା ଦିନେ ଏହା ସପ୍ତାହକୁ ୫ ଦିନ ଓ ଅନ୍ୟ ଦିନରେ ସପ୍ତାହକୁ ୩ଥର ଚାଲିବ । ୧୫ ବଗି ବିଶିଷ୍ଟ ଏହି ଟ୍ରେନରେ ଗୋଟିଏ ଏକଜିକ୍ୟୁଟିଭ୍ ଫାର୍ଷ୍ଟ ଏସି ଓ ୧୨ଟି ଚେୟାର-କାର୍ ବଗି ରହିଛି ।