କଂପ୍ୟୁଟର ଇଂଜିନିୟରଙ୍କ ଅଭିନବ ପ୍ରୟାସ ! ଚାକିରି ଛାଡି ଜୈବିକ କୃଷି ପାଇଁ କଲେ ଉଦ୍ୟମ

59

ପୁଣେ : ଦିନକୁ ଦିନ ଦେଶରେ ବଢି ଚାଲିଛି ଲୋକସଂଖ୍ୟା । ଜନ ବିସ୍ଫୋରଣକୁ ରୋକିବା ପାଇଁ ଅନେକ ପ୍ରୟାସ ବି ଚାଲିଛି । ଆଉ ଏହାରି ଭିତରେ ସଙ୍କୁଚିତ ହେଉଛି ଚାଷ ଜମି । ରହିବା ପାଇଁ ବାସଗୃହ ଗଢାଚାଲିଛି । ସହରୀକରଣ ହେଉଛି ସଭ୍ୟତା । ଏହି ସମସ୍ୟା ଭିତରେ ଜଣେ କମ୍ପ୍ୟୁଟର ଇଂଜିନିୟର କରିଛନ୍ତି ଅଭିନବ ଉଦ୍ୟମ । ନିଜର ଉଚ୍ଚ ବେତନର ଚାକିରି ଛାଡି ହୋଇଛନ୍ତି , କୃଷି ମନସ୍କ । ଆଉ ଜୈବିକ ଉପାୟରେ କୃଷି ପ୍ରଣାଳୀ ଅବଲମ୍ବନ କରିଛନ୍ତି ।

ପୁଣେରେ ଏହି କମ୍ପ୍ୟୁଟର ଇଂଜିନିୟର ଆପାର୍ଟମେଂଟରେ ଜୈବିକ ଚାଷ ଓ ଜହର ମୁକ୍ତ ଖାଦ୍ୟର ବୃଦ୍ଧି ପାଇଁ କିଛିି କରିବା ପାଇଁ ନିଜର ଚାକିରିକୁ ଛାଡିଛନ୍ତି । ଏକ କ୍ୟୁବିକଲ ଭିତରେ ନିଜର ଜୀବନ ବିତାଉଥିବା ହେମଲ ପଟେଲ ୨୦୧୩ରେ ନିଜର ଚାକିରି ଛାଡି କିଛି ଅଲଗା କାମ ଆରମ୍ଭ କରିବାକୁ ସ୍ଥିର କରିଥିଲେ । ଆଉ କେମିତି ଆପାର୍ଟମେଂଟ ଗୁଡିକରେ ଜୈବିକ ଉପାୟରେ କୃଷି ହୋଇପାରିବ ସେଇ ପ୍ରୟାସ କଲେ ।

ହେମଲ କହିଛନ୍ତି , ‘ମୁଁ ଜୈବିକ କୃଷି ଶିଖିଲି । ଏହି କାମ ପ୍ରତି ଆଗ୍ରହ ରଖି ଗାଁ ଗୁଡିକୁ ଗଲି ।’ ଏହି ବିଷୟରେ କିଛି ଜ୍ଞାନ ଆହରଣ କଲି ଏବଂ ଭାବିଲି ସହରରେ ରହୁଥିବା ଲୋକେ କାହିଁକି ନିଜ ପାଇଁ ଖାଦ୍ୟ ତିଆରି କରୁନାହାଁନ୍ତି । ନିଜ ଚାକିରି ଛାଡିବା ସମୟରେ ମୁଁ ଏମିତି କିଛି ଲୋକଙ୍କ ସଂପର୍କରେ ଆସିଥିଲି । ଯାହାଙ୍କର ଜୈବିକ କୃଷି ପାଇଁ ରୁଚି ଥିଲା । କିନ୍ତୁ ଜ୍ଞାନର ଅଭାବ ଯୋଗୁଁ ଏଥିରେ ସେମାନେ ଆଗେଇ ପାରିନଥିଲେ ।’

ହେମଲ ଆଉ ମଧ୍ୟ କହିଛନ୍ତି, ‘ମୁଁ ସବୁବେଳେ ଲୋକଙ୍କୁ କହୁଥିଲି ନିଜର ଖାଦ୍ୟ ନିଜେ ହିଁ ଉତ୍ପନ୍ନ କରିବା କାହିଁକି ମହତ୍ୱପୂର୍ଣ୍ଣ ଅଟେ । ସେମାନଙ୍କୁ ବିଭିନ୍ନ ପ୍ରକାରର ମାଟି ଓ ଗଛର ସୂଚନା ଦିଆଗଲା । ଏହି ଟ୍ରେନିଂ ରେ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଲା । ’ ଚାକିରି ଛାଡିଲା ପରେ କୃଷି ସହ ଜଡିତ କିଛି ତଥ୍ୟକୁ ବୁଝିବାକୁ ହେମଲଙ୍କୁ ଲାଗିଥିଲା ୩ବର୍ଷ ବୋଲି ସେ କୁହନ୍ତି ।

ପୁଣେର ଏକ ସ୍କୁଲରେ ପିଲାଙ୍କୁ ଜୈବିକ କୃଷିି ବିଷୟରେ ଶିକ୍ଷାଦାନ କରୁଛନ୍ତି ହେମଲ ପଟେଲ୍ । ଏବଂ ସେ ସମସ୍ତଙ୍କୁ ଏହି ବାର୍ତ୍ତା ଦେଉଛନ୍ତି ଯେ, ଆମକୁ ପ୍ରକୃତି କେନ୍ଦ୍ରିତ ଜୀବନ ଜିଇଁବା ଜରୁରୀ ଅଟେ । ଯାହାଦ୍ୱାରା ପରିବେଶର କମ୍ କ୍ଷତି ହେବ ।
(ସୌଜନ୍ୟ-ନବଭାରତ ଟାଇମ୍ସ)