ସରକାରୀ ସ୍କୁଲରେ ନୂଆ ନିୟମ : ଡିସପ୍ଲେ ବୋର୍ଡରେ ଲାଗିବ ଶିକ୍ଷକଙ୍କ ଫଟୋ !

35

ହରିଆଣା : ହରିଆଣାର ସରକାରୀ ସ୍କୁଲରେ ଏବେ ନୂଆ ନିୟମ ପ୍ରଚଳନ କରିଛନ୍ତି ସରକାର । ସ୍କୁଲର ସବୁ ଶିକ୍ଷକ ନିଜର ଫଟୋ ଓ ଏମ୍ପଲାଇ ଆଇଡି ନମ୍ବର ସ୍କୁଲର ମୁଖ୍ୟଙ୍କ ଅଫିସ ବୋର୍ଡରେ ଡିସପ୍ଲେ କରିବେ । ଏହି ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଦେଇଛନ୍ତି । ସୂଚନା ଯେ , ସରକାରଙ୍କର ଏହି ପଦକ୍ଷେପ ରାୟନ ଇଂଟରନେଶନାଲ ସ୍କୁଲରେ ଏକ କୋମଳମତି ଶିଶୁର ହତ୍ୟା ପରେ ପିଲାଙ୍କ ସୁରକ୍ଷା ପାଇଁ ଲାଗୁ ହୋଇଥିଲା ଗାଉଡଲାଇନ୍ସ ଏକ ଅଂଶ ଅଟେ ।

ମୁଖ୍ୟମନ୍ତ୍ରୀଙ୍କର ଏହି ଆଦେଶ ବିଷୟରେ ସ୍କୁଲ ଶିକ୍ଷା ବିଭାଗର ଏସିଏସ୍ ଡା. କେକେ ଖଣ୍ଡେଲୱାଲ କହିଛନ୍ତି ବିଭାଗର ଅଧିକାରୀମାନଙ୍କୁ କୁହାଯାଇଛି କି ସେମାନେ ସବୁ ସରକାରୀ ସ୍କୁଲଗୁଡିକରେ ପଢାଉଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ସେମାନଙ୍କର କର୍ମଚାରୀଙ୍କ ଆଇଡି ନମ୍ବର ସ୍କୁଲ ମୁଖ୍ୟଙ୍କ ଅଫିସ ବୋର୍ଡରେ ଡିସପ୍ଲେ କରିବେ । ଆଉ ଏଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସେ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଛାତ୍ରଙ୍କ ଅଭିଭାବମାନେ ଓ ଶିକ୍ଷକଙ୍କ ମଧ୍ୟରେ ଭଲ ପରିଚୟ ରହିବ । ଖଣ୍ଡେଲୱାଲ କହିଛନ୍ତି , ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ୮ ଅକ୍ଟୋବର ସୁଦ୍ଧା ଏ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ।

ଏଖବର ପ୍ରକାଶିତ ହେବା ଅନେକ ଏହାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । କାରଣ ସ୍କୁଲରେ ଯେ ପିଲାଙ୍କର ଜୀବନ ସୁରକ୍ଷିତ ନୁହେଁ , ଏହା ନିକଟରେ ଘଟିଥିବା ଘଟଣାରୁ ଜଣାପଡେ । ଅଭିଭାବକମାନେ ସ୍କୁଲରେ ନିଜର ପିଲାଙ୍କୁ ଛାଡିଦେଲେ ଟିକେ ଶାନ୍ତିରେ ନିଶ୍ୱାସ ମାରୁଥିଲେ । ସେ ସେଠାରେ ପାଠ ପଢି ଭବିଷ୍ୟତ ଗଢିବ । ଆଉ ଭଲ କଥା ସବୁ ଶିଖିବ । କିନ୍ତୁ ତା ବଦଳରେ ପିଲା ସ୍କୁଲରେ ଅତ୍ୟାଚାରର ଶିକାର ହେଉଛି । ଏହା ଏବେ ମୁଣ୍ଡ ବଥାର କାରଣ ସାଜିଛି । ଆଉ ଏଇଥି ପାଇଁ ହରିଆଣା ସରକାର ନିଜ ରାଜ୍ୟର ସ୍କୁଲରେ ଏପରି ପଦକ୍ଷେପ ଉଠେଇଛନ୍ତି ।

(ସୌଜନ୍ୟ- ନବଭାରତ ଟାଇମ୍ସ)