ତଲାକର ତତଲା ନିଆଁରେ ମହିଳା ! ୧୨ବର୍ଷରେ ସାଜିଛନ୍ତି ୪ଟି ପୁରୁଷର ସ୍ତ୍ରୀ

21

Triple-talaqବରେଲି : ୟୁପିର ବରେଲିରୁ ପୁଣି ତିନ ତଲାକର ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତଲାକର ତତଲା ନିଆଁରେ ନିସ୍ୱ ହେଇଯାଇଛନ୍ତି । ଏହାକୁ ନେଇ ଚାରିଆଡେ ଚର୍ଚ୍ଚା । ଜଣେ ୩୫ ବର୍ଷୀୟା ତାରା ଖାନ ନାମ୍ନୀ ମହିଳା ଗତ ୧୨ ବର୍ଷ ଭିତରେ ୪ଟି ବିବାହ କରିସାରିଲେଣି । ଯେଉଁଥିରେ ୩ ଟି ବିବାହରେ ତାଙ୍କୁ ତାଙ୍କର ପତିମାନେ ତଲାକ ଦେଇଛନ୍ତି ।

ଏବେ ତାରାଙ୍କ ୪ର୍ଥ ପତି ସହ ଅଛନ୍ତି । ଚିନ୍ତାର ବିଷୟର ଏହା ଯେ ଏହି ୪ର୍ଥ ବିବାହ ବି ତଲାକରେ ସରିଯିବାର ଆଶଙ୍କା କରିଛନ୍ତି ସେ । ୧୨ ବର୍ଷ ଖରାପ ସ୍ୱପ୍ନ ଦେଖିଲାପରି , ନିଜ ବିବାହକୁ ମନେପକାଇ ତାରା କୁହନ୍ତି – ‘ବିଗତ ୧୨ ବର୍ଷ ମୋ ପାଇଁ କୈାଣସି ଖରାପ ସ୍ୱପ୍ନ ଠାରୁ କମ ନୁହେଁ ’ । ତାରା କହିଛନ୍ତି , ଯଦି ୪ର୍ଥ ବିବାହ ବିଚ୍ଛେଦ ହୁଏ , ତ ସେ ରହିବା ପାଇଁ ଆଉ ସ୍ଥାନ ପାଇବେ ନାହିଁ ।

ତାରା ଲେଖା-ପଢା ଜାଣି ନାହାଁନ୍ତି । ତାଙ୍କର ପ୍ରଥମ ବିବାହ ବରେଲିର ଜାହିଦ ଖାନଙ୍କ ସହ ହୋଇଥିଲା କିନ୍ତୁ ୭ ବର୍ଷର ମଧୁର ସଂପର୍କରେ ପଡିଥିଲା ପୂର୍ଣ୍ଣଚ୍ଛେଦ । କୈାଣସି ସନ୍ତାନ ନହେବାରୁ ତାଙ୍କର ପତି ଦେଇଥିଲେ ତଲାକ ଓ କରିଥିଲେ ଦ୍ୱିତୀୟ ବିବାହ ।