ହୀରା ବ୍ୟବସାୟୀଙ୍କ ହୀରା ହୃଦୟ : ପୁଣି ଚର୍ଚ୍ଚାରେ ଦିୱାଲୀ ଉପହାର

108

6ଚର୍ଚ୍ଚାରେ ସୁରଟର ଏହି ହୀରା ବ୍ୟବସାୟୀ । ନାଁ ସବଜି ଢୋଲକିଆ । ଚଳିତ ବର୍ଷ ତାଙ୍କ କର୍ମଚାରୀଙ୍କ ପାଇଁ ପୁଣି ହୃଦୟ ଖୋଲି ଉପହାର ଦେବା ପାଇଁ ଘୋଷଣା କରି ଚର୍ଚ୍ଚାରେ । ଢୋଲକିଆଙ୍କ କମ୍ପାନି ହରେକୃଷ୍ଣ ଏକ୍ସପୋର୍ଟସ ଚଳିତ ବର୍ଷ ଦୀପାବଳିରେ ବୋନସ ଆକାରରେ କର୍ମଚାରୀ ମାନଙ୍କୁ ୪୦୦ ଫ୍ଲାଟ ଏବଂ ୧୨୬୦ଟି କାର ପ୍ରଦାନ କରିବାକୁ ନିଷ୍ପତି ନେଇଛି । ଏହାଛଡା କେତେଜଣ କର୍ମଚାରୀଙ୍କୁ କମ୍ପାନୀ ଉପହାର ଭାବେ ଗହଣା ମଧ୍ୟ ପ୍ରଦାନ କରିବ ।

7ଢୋଲକିଆଙ୍କ କମ୍ପାନି ଚଳିତ ବର୍ଷ କର୍ମଚାରୀଙ୍କୁ ବୋନସ ପ୍ରଦାନ ବାବଦରେ ୫୧ କୋଟି ଟଙ୍କା ବ୍ୟୟ କରିବ । ଯେଉଁ କର୍ମଚାରୀ ବୋନସ୍ ପାଇବା ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୨୦୦ କର୍ମଚାରୀଙ୍କ ମାସିକ ବେତନ ୧୦ ହଜାର ଟଙ୍କାରୁ ୬୦ ହଜାର ଟଙ୍କା ମଧ୍ୟରେ ରହିଛି । କମ୍ପାନି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଢୋଲକିଆ କର୍ମଚାରୀମାନଙ୍କୁ ଏପରି ଉପହାର ପ୍ରଦାନ କରିବେ ।

8ଗତ ମଙ୍ଗଳବାର କର୍ମଚାରୀଙ୍କ ଏକ ଅଣଆନୁଷ୍ଠାନିକ ବୈଠକରେ ଏହି ବୋନସ ଘୋଷଣା କରାଯାଇଛି । ୨୦୧୧ ମସିହାରୁ କର୍ମଚାରୀଙ୍କୁ ଉତମ ବୋନସ ପ୍ରଦାନ କରିବା କମ୍ପାନି ପାଇଁ ଏକ ପରମ୍ପରାରେ ପରିଣତ ହୋଇସାରିିଛି । ଗତ ବର୍ଷ କମ୍ପାନି ଏହାର କର୍ମଚାରୀଙ୍କୁ ୪୯୧ ଟି କାର ଏବଂ ୨୦୦ ଫ୍ଲାଟ ପ୍ରଦାନ କରିଥିଲା ।
ଅଳ୍ପ ପାଠ ପଡିଥିବା ଢୋଲକିଆ ତାଙ୍କର ଜଣେ ସଂପର୍କୀୟଙ୍କ ଠାରୁ ସ୍ୱଳ୍ପ ଟଙ୍କା ଋଣ ଆକାରରେ ଆଣି ହୀରା ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କ କମ୍ପାନିର ବାର୍ଷିିକ କାରବାର ଏବେ ପ୍ରାୟ ୬୦୦୦ କୋଟିରେ ପହଂଚିଛି । ତେବେ ରାତାରାତି କାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଗଢି ଉଠିନାହିଁ । କଠିନ ପରିଶ୍ରମ କରି ସେ ତାଙ୍କ କମ୍ପାନିକୁ ଆଜି ଏଇ ସ୍ତରକୁ ଆଣିଛନ୍ତି ।

9ପରିଶ୍ରମ କରି ବ୍ୟବସାୟ କରିବା ଜ୍ଞାନ ତାଙ୍କ ପୁଅକୁ ଦେବାଲାଗି ସେ ଚଳିତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଚର୍ଚ୍ଚାକୁ ଆସିଥିଲେ । ତାହା ହେଲା ସେ ତାଙ୍କ ପୁଅକୁ ନିଜ ଗୋଡରେ ଛିଡା ହେବା ଜ୍ଞାନ ଶିଖାଇବା ପାଇଁ କୋଚିସ୍ଥତ ଏକ ଦୋକାନରେ କାମ କରିବାକୁ ପଠାଇଥିଲେ । ତିନି ହଳ ପ୍ୟାଂଟ ସାର୍ଟ ସହିତ ଜରୁରୀ ଆବଶ୍ୟକତା ପୂରଣ ପାଇଁ ସେ ପୁଅକୁ ୭୦୦୦ ଟଙ୍କା ଦେଇଥିଲେ ।