ବାପା କଲା ଭୁଲ, ଶିଶୁକୁ ମିଳିଲା ସଜା : ସୁନ୍ଦରଗଡରେ ଅଭାବନୀୟ ଘଟଣା

54

କନକ ବ୍ୟୁରୋ : ଦୋଷ ନକରି ଦଣ୍ଡ । ସଜା କାଟୁଛି ଶିଶୁ । ହାଜତ ଭିତରେ ଏକ ବର୍ଷର ଶିଶୁ କନ୍ୟା । ଛୁଆ ସହ ମାଆକୁ ଧରି ଆଣିଛି ବନ ବିଭାଗ ଅଧିକାରୀ । ସୁନ୍ଦରଗଡ ସଦର ଫରେଷ୍ଟ ରେଂଜର ହାଜତ ଭିତରେ ଏହି ଶିଶୁ କନ୍ୟାଟିକୁ ବନ୍ଦୀ କରିନେଇଛି ବନବିଭାଗ । ସୁନ୍ଦରଗଡର ଭବାନୀପୁର ଅଂଚଳରେ ଏକ ବାରହା ଶିକାର ନେଇ ଅଭିଯୋଗ ଆସିବା ପରେ ବନବିଭାଗ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା କିନ୍ତୁ ତାର ପତ୍ତା ନ ମିଳିବାରୁ ତାଙ୍କ ପତ୍ନୀ ଓ ଏକ ବର୍ଷର ଶିଶୁ କନ୍ୟାକୁ ଉଠାଇ ଆଣି ହାଜତରେ ପୁରାଇ ଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –